Posted inଜାତୀୟ

ସମ୍ବଲପୁରର ୨୯ ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ, ୧୩ା୧୨:ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଚଳାଇଥିବା ସମ୍ବଲପୁର ଜିଲା ବାର୍‌ କାଉନସିଲର ଆଇନଜୀବୀଙ୍କ ଉପରେ ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଚାରପତିଙ୍କୁ କାର୍ଯ୍ୟରେ ଯୋଗଦେବାକୁ ସୁଯୋଗ ନ ଦେବା, କୁଶ ପୁତ୍ତଳିକା ଦାହ କରିବା, ଜିଲା ଜଜ୍‌ଙ୍କ କୋର୍ଟରୁମ୍‌ ଭିତରକୁ ଜବରଦସ୍ତି ପଶି ଭଙ୍ଗାରୁଜା କରିବା ଏବଂ ପୋଲିସ କର୍ମଚାରୀଙ୍କ ସହ ଗଣ୍ଡଗୋଳ କରି ସେମାନଙ୍କୁ ଗାଳିଗୁଲଜ କରିବା ଅଭିଯୋଗରେ ବିସିଆଇ ସୋମବାର ୨୯ଜଣ ଆଇନଜୀବୀଙ୍କ ଲାଇସେନ୍ସ ୧୮ ମାସ ପାଇଁ ରଦ୍ଦ କରିଛି। ଆଇନଜୀବୀଙ୍କ ଏଭଳି ଆଚରଣ ପ୍ରଫେସନାଲ ଏଥିକ୍ସ ବିରୋଧରେ ଯାଉଛି ବୋଲି ବିସିଆଇ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛି। ଲାଇସେନ୍ସ ରଦ୍ଦ ହୋଇଥିବା ଆଇନଜୀବୀମାନେ ହେଲେ ସମ୍ବଲପୁର ଜିଲା ବାର ଆସୋସିଏଶନର ସୁରେଶ୍ୱର ମିଶ୍ର, ଶିବ ଦିଓ୍ବାନ, ପ୍ରମୋଦ ସରାଫ, ସତ୍ୟ ନାରାୟଣ ପୁରୋହିତ, ଶ୍ରୀକାନ୍ତ ପାଣିଗ୍ରାହୀ, ହିଂମାଶୁ ପାଣିଗ୍ରାହୀ, ମହେନ୍ଦ୍ର ବଢ଼େଇ, ଅନୁପ ତରିଆ, ସିଲୁ ମହାପାତ୍ର, ସତ୍ୟ ନାରାୟଣ ପଣ୍ଡା, ପ୍ରବୀଣ ସିଂଦେଓ, ରବି ପୂଜାହାରୀ, ସୁରଜ ବିଶ୍ୱାଳ, ଚନ୍ଦ୍ରକାନ୍ତ ମହାନ୍ତି, ନବୀନ ଶତପଥୀ, ସରୋଜ ସାହୁ, ମନୋରଞ୍ଜନ ଦାଶ, ମାନସ ମିଶ୍ର, ସମୀର ମହାପାତ୍ର, ବନ୍ଦିତା ମିଶ୍ର, ରାଜୀବ ଶତପଥୀ, ବସନ୍ତ ମିଶ୍ର, ମୀନକେତନ ଭୋଇ, ରତନ ଅଗ୍ରଓ୍ବାଲ, ବିଜେତେନ୍ଦ୍ର ପ୍ରଧାନ, ସୁରଞ୍ଜିନି ବାରିକ, ପ୍ରଦୀପ ବହିଦାର, ବାବୁଲ୍‌ ପଣ୍ଡା ଏବଂ ମନୋରଞ୍ଜନ ପଣ୍ଡା। ଏହି ନିଲମ୍ବନ ଆଦେଶକୁ ସମ୍ବଲପୁର ବାର ଆସୋସିଏସନ ଏବଂ ସମସ୍ତ କୋର୍ଟ, କମିଶନ, ଟ୍ରିବ୍ୟୁନାଲକୁ ଜଣାଇଦେବାକୁ ଷ୍ଟେଟ୍‌ ବାର୍‌ କାଉନସିଲକୁ କୁହାଯାଇଛି। ଏଥିସହିତ ଆନ୍ଦୋଳନ ଏବଂ ଭଙ୍ଗାରୁଜାରେ ସାମିଲ ଅନ୍ୟମାନଙ୍କୁ ଭିଡିଓ କ୍ଲିପ୍‌ରୁ ଚିହ୍ନଟ କରି ଜଣାଇବାକୁ ବିସିଆଇ ପକ୍ଷରୁ ଷ୍ଟେଟ୍‌ ବାର୍‌ କାଉନସିଲକୁ କୁହାଯାଇଛି। ଏହି ଲାଇସେନ୍ସ ରଦ୍ଦ ନିର୍ଦ୍ଦେଶ ତତ୍‌କ୍ଷଣାତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ହୋଇଛି।
ପ୍ରକାଶ ଯେ, ବିଚାରପତିଙ୍କ ପ୍ରତି ଆସାମ୍ବିଧାନିକ ଭାଷା ପ୍ରୟୋଗ, ପୋଲିସ ଅଧିକାରୀଙ୍କୁ ଠେଲାପେଲା ଏବଂ ବିଚାରପତିଙ୍କ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ଉକ୍ତ ଆଇନଜୀବୀଙ୍କ ବିରୋଧରେ ୩୦।୧୧।୨୦୨୨ରେ ସମ୍ବଲପୁର ଟାଉନ ଥାନାରେ ଏକ ମାମଲା(୪୬୦/୨୦୨୨) ରୁଜୁ ହୋଇଥିଲା। ପୂର୍ବରୁ ବିସିଆଇ ୧୩।୧୧।୨୦୨୨ରେ ବାର୍‌ କାଉନ୍‌ସିଲ୍‌ ଅଫ୍‌ ଓଡ଼ିଶାର କେତେକ ଓକିଲ ସଂଘକୁ ଆନ୍ଦୋଳନରୁ ନିବୃତ୍ତ ରହିବା ସହିତ କୋର୍ଟ କାର୍ଯ୍ୟରେ ସହଯୋଗ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ହେଲେ ଏହାକୁ ନ ମାନି ଆଇନ୍‌ଜୀବୀମାନେ ଆନ୍ଦୋଳନ ଜାରି ରଖିବାରୁ ବିସିଆଇ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡ଼ିଲା ୬ ମହଲା କୋଠା: ଚାପି ହୋଇଗଲେ ୪, ଅନେକ ଆହତ

ଚଣ୍ଡିଗଡ଼,୨୧ା୧୨: ପଞ୍ଜାବର ମୋହାଲିରେ ଏକ ୬ ମହଲା କୋଠା ଭୁଶୁଡି ପଡିଛି। ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଏହା ତଳେ ଚାପ ହୋଇ...

ଅତୁଲ ସୁଭାଷ ସୁଇସାଇଡ ମାମଲାରେ ନୂଆ ମୋଡ, ସ୍ତ୍ରୀ କହିଲେ ମୁଁ ମୋ ବିବାହରେ ଖୁସି ଥିଲି, ମା’ଙ୍କ ପାଇଁ…

ନୂଆଦିଲ୍ଲୀ,୨୧।୧୨: ବେଙ୍ଗାଲୁରୁରେ ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଅତୁଲଙ୍କ ସ୍ତ୍ରୀ ନିକିତା ସିଙ୍ଗାଣିଆ ଉତ୍ତରପ୍ରଦେଶର ଜୈନପୁର...

ବିଧାନସଭା ନିର୍ବାଚନ ପୂର୍ବରୁ ଏଏପିକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୧।୧୨: ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରସ୍ତୁତି ଚରମ ସୀମାରେ ରହିଛି। ଏହି ସମୟ ମଧ୍ୟରେ, ଆଗାମୀ ନିର୍ବାଚନ ପୂର୍ବରୁ ଆମ...

ଭାରତକୁ ମିଳିବ ଏମିତି ‘ବ୍ରହ୍ମାସ୍ତ୍ର’, ଯାହା ଶତ୍ରୁଙ୍କୁ ପଠାଇଦେବ ପାତାଳଲୋକ!

ନୂଆଦିଲ୍ଲୀ,୨୧।୧୨: ଦେଶର ଉଚ୍ଚାଭିଳାଷୀ ପ୍ରୋଜେକ୍ଟ 75I କ୍ରମାଗତ ଭାବରେ ବିଳମ୍ବ ହେଉଛି। ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଏହାର ବୁଡ଼ାଜାହାଜକୁ ବୃଦ୍ଧି କରିବା, ଯାହାର ସବୁଠାରୁ...

ବଡ଼ ଧରଣର ଭୂସ୍ଖଳନ, ରାଜପଥରେ ଅଟକି ରହିଛି ଶହ ଶହ ଯାନ, ଦେଖନ୍ତୁ ଭିଡିଓ

ଡେରାଡୁନ,୨୧।୧୨: ଉତ୍ତରାଖଣ୍ଡର ପିଥୋରାଗଡ଼ରେ ଏକ ଭୟଙ୍କର ଭୂସ୍ଖଳନ ଘଟିଛି। ଧାରଚୁଲା-ତାୱାଗାଟ ଏନଏଚ୍‌ରେ ଏହି ଭୂସ୍ଖଳନ ଘଟିଛି। ଫଳରେ ଅନେକ ଯାନ ଏଠାରେ ଅଟକି ରହିଛି ।...

କେଜରିଓ୍ବାଲଙ୍କ ବଡ଼ ଉପହାର

ନୂଆଦିଲ୍ଲୀ,୨୧।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି (ଏଏପି) ଲୋକଙ୍କ ପାଇଁ ପେଡି ଖୋଲିଛି। ପ୍ରଥମେ ମହିଳାଙ୍କ ପାଇଁ, ପରେ ବୃଦ୍ଧମାନଙ୍କ ପାଇଁ...

ଏମଭିଏରେ ଫାଟ! ସଞ୍ଜୟ ଦେଲେ ବଡ଼ ସଙ୍କେତ ଦଳ ଏକେଲା ଲଢିବ…

ମୁମ୍ବାଇ,୨୧।୧୨: ମହାରାଷ୍ଟ୍ରର ରାଜନୈତିକ ସର୍କଲରେ ଲଗାତାର ଉତ୍ତେଜନା ଦେଖାଦେଇଛି । ଏହି ସମୟରେ, ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ନେତା ସଞ୍ଜୟ ରାଉତ ସୂଚାଇ ଦେଇଛନ୍ତି...

୪୩ ବର୍ଷ ପରେ କୁଏତ ଗସ୍ତ କରିଛନ୍ତି ମୋଦି, ଏସବୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ କରିବେ ଆଲୋଚନା

କୁଏତ୍‌,୨୧ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦୁଇ ଦିନିଆ ଗସ୍ତରେ ଯାଇ କୁଏତରେ ପହଞ୍ଚିଛନ୍ତି। ଯେଉଁଠାରେ ସେ କୁଏତ ନେତୃତ୍ୱଙ୍କ ସହ ଆଲୋଚନା କରିବେ। କୁଏତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri