କାନ୍ବେରା,୧୪।୭: ଅଷ୍ଟ୍ରେଲିଆର ଉପକୂଳ ଅଞ୍ଚଳ ରିସୋର୍ଟ ଟାଉନ୍ ବ୍ରୁମ୍ଠାରେ ରବିବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ଥିଲା ବୋଲି ଆମେରିକା ଭୂବିଜ୍ଞାନ ଗବେଷଣା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପର କେନ୍ଦ୍ର ଭୂଗର୍ଭର ୩୩ କିଲୋମିଟର ତଳେ ତଥା ବ୍ରୁମ୍ଠାରୁ ୨୦୩ କିଲୋମିଟର ଦୂର ପଶ୍ଚିମ ଅଷ୍ଟ୍ରେଲିଆରେ ଥିଲା ବୋଲି କୁହାଯାଉଛି।