ନୂଆଦିଲ୍ଲୀ,୩।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ପୁଣିଥରେ ସିବିଆଇ କଷ୍ଟୋଡିରେ ରଖାଯିବ। ମଙ୍ଗଳବାର ଆଇଏନ୍ଏକ୍ସ ମିଡିଆ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆସନ୍ତା ୫ ତାରିଖ ଅର୍ଥାତ୍ ଗୁରୁବାର ପର୍ଯ୍ୟନ୍ତ ଚିଦାମ୍ବରମଙ୍କ ରିମାଣ୍ଡ ଅବଧିକୁ ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ, ସୋମବାର ଚିଦାମ୍ବରମଙ୍କ ଜାମିନକୁ ନେଇ ତଳ କୋର୍ଟରେ ଶୁଣାଣି ହେବାର ଥିଲା। ଏହି ସମୟରେ ସିବିଆଇ ଚିଦାମ୍ବରମଙ୍କୁ ଜେଲ ପଠାଇବାକୁ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲା। ହେଲେ କୋର୍ଟ ତଳ କୋର୍ଟକୁ ଗୁରୁତର ସହ ନ ନେଇ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚିଦାମ୍ବରମଙ୍କୁ ସିବିଆଇ କଷ୍ଟୋଡିରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।