ଭବାନୀପାଟଣା, ୨୮।୩ (ଡି.ଏନ.ଏ.): କଳାହାଣ୍ଡି ଜିଲା ଜୟପାଟଣା ବ୍ଳକ ଅନ୍ତର୍ଗତ ପାଇକେନ୍ଦୁମୁଣ୍ଡି ପଞ୍ଚାୟତର କୁମ୍ଭାରପିପଲଗୁଡାର ୧୨ ଜଣ ଯୁବକ ଗାଁକୁ ଫେରିଛନ୍ତି। ହେଲେ ଏମାନେ ଘରକୁ ନ ଯାଇ ଗାଁ ମୁଣ୍ଡ ତମ୍ବୁରେ ଆଶ୍ରୟ ନେଇଛନ୍ତି। କେରଳ ରାଜ୍ୟର ତ୍ରିଶୁଳ ଜିଲାର ଏକ ବାଣ କାରଖାନାରେ ଏମାନେ କାମ କରୁଥିଲେ । କେରଳରେ କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଉକ୍ତ କାରଖାନାକୁ କର୍ତ୍ତୃପକ୍ଷ ବନ୍ଦ କରି ସମସ୍ତଙ୍କୁ ଘରକୁ ଚାଲି ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏମାନେ ଜୟପାଟଣାରେ ପହଞ୍ଚତ୍ ପ୍ରଥମେ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏହାପରେ ଗାଁରେ ପହଞ୍ଚତ୍ ସ୍କୁଲ ଘରେ ରହିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ବିଦ୍ୟାଳୟ କର୍ତ୍ତୃପକ୍ଷ ମନା କରି ଦେଇଥିଲେ । ଫଳରେ ଏହି ଯୁବକମାନେ ଗାଁଠାରୁ କିଛି ଦୂରରେ ଏକ ଅସ୍ଥାୟୀ ତମ୍ବୁ ଟାଣି ସେଠାରେ ରହୁଛନ୍ତି। ଅବଶ୍ୟ ସେମାନଙ୍କ ପରିବାର ପକ୍ଷରୁ ପାଣି ଓ ଖାଦ୍ୟ ଯୋଗାଇ ଦିଆଯାଉଛି।