ଅଗରତାଲା,୨୧।୭: ମ୍ୟାନମାରରୁ ବାଂଲାଦେଶ ଆସିଥିବା ରୋହିଙ୍ଗ୍ୟା ଶରଣାର୍ଥୀମାନେ ଏବେ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ବାଂଲାଦେଶ ସୀମାକୁ ଲାଗିଥିବା ତ୍ରିପୁରା ଦେଇ ଏମାନେ ଅନୁପ୍ରବେଶ ଉଦ୍ୟମ କରିଛନ୍ତି। ତ୍ରିପୁରା ସୀମାଦେଇ ପ୍ରାୟ ୨ ଜଣ ପୁରୁଷ, ୫ ମହିଳା ଓ କେତେଜଣ ଶିଶୁ ରୋହିଙ୍ଗ୍ୟା ଶରଣାର୍ଥୀ ଭାରତ ପ୍ରବେଶ ପାଇଁ ଉଦ୍ୟମ କରୁଥିବା ବେଳେ ସୀମା ସୁରକ୍ଷା ବାହିନୀ ଏମାନଙ୍କ ଯୋଜନାକୁ ପଣ୍ଡ କରିଦେଇଛି। ବିଏସ୍ଏଫ୍ର ଉପ ମହାନିରିକ୍ଷକ ସିଏଲ୍ ବେଲଓ୍ବା କହିଛନ୍ତି, ଏମାନେ ଗୁରୁବାର ଅଗରତାଲାରୁ ପ୍ରାୟ ୫୦ କିଲୋମିଟର ଦୂର ସିପାହିଜାଲା ଜିଲା ଦେଇ ଭାରତ ପ୍ରବେଶ ପାଇଁ ଉଦ୍ୟମ କରୁଥିବା ବେଳେ ବିଏସ୍ଏଫ୍ ଯବାନମାନେ ସେମାନଙ୍କୁ ପ୍ରବେଶ କରାଇ ଦେଇ ନାହାଁନ୍ତି।