ତାଳଚେର, ୯ା୭(ନି.ପ୍ର.)- ତାଳଚେର ଭଜନସନ୍ଧ୍ୟା କମିଟି ପକ୍ଷରୁ ସୋମବାର ହେରା ପଞ୍ଚମୀ ଉପଲକ୍ଷେ ମା’ ମହାଲକ୍ଷ୍ମୀଙ୍କ ଆଜ୍ଞାମାଳ ଓ ଲଡୁ ନିଲାମ କରାଯାଇଥିଲା। ମୁଖ୍ୟଅତିଥି ଭାବେ ବିଡିଓ ନେତ୍ରାନନ୍ଦ ମଲ୍ଳିକ, ପୂର୍ବତନ ନଗରପାଳ ପବିତ୍ର ଭୂତିଆ, ସାମାଜିକ କର୍ମୀ ମହେଶ ଅଗ୍ରୱାଲ, ଦେବୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ମା’ ମହାଲକ୍ଷ୍ମୀଙ୍କ ଆଜ୍ଞାମାଳ ଓ ଲଡୁ ନିଲାମ ଡକାଯାଇ ଥିଲା। କୋଇଲା ବ୍ୟବସାୟୀ ବିଜୁ ଦାସ ମା’ଙ୍କ ଏହି ଆଜ୍ଞାମାଳ ଓ ଲଡୁକୁ ୧ ଲକ୍ଷ ୫୭ ହଜାର ଟଙ୍କାରେ ନିଲାମ ନେଇଥିଲେ। ପରେ କଣ୍ଠଶିଳ୍ପୀମାନେ ଭଜନ ପରିବେଷଣ କରିଥିଲେ। ଭଜନ ସନ୍ଧ୍ୟା କମିଟି ସଭାପତି ତଥା ବିଧାୟକ ବ୍ରଜକିଶୋର ପ୍ରଧାନ ସମସ୍ତ କାଳକାରଙ୍କୁ ଉପଢୌକନ, ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।