ବନୀକରଣ ପାଇଁ ରାଜ୍ୟ ସରକାର କାମ୍ପା ପାଣ୍ଠିରୁ ପାଇଛନ୍ତି ୨୬୪୪ କୋଟି, ଖର୍ଚ୍ଚ କରିଛନ୍ତି ୨୫୪୮ କୋଟି

ଭୁବନେଶ୍ୱର, ୩୦।୭(ବ୍ୟୁରୋ): କ୍ଷତି ପୂରକ ବନୀକରଣ ପାଣ୍ଠି ପରିଚାଳନା ଏବଂ ଯୋଜନା କର୍ତ୍ତୃପକ୍ଷ(କାମ୍ପା) ୨୦୦୯ରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ସେବେଠାରୁ ରାଜ୍ୟକୁ କେନ୍ଦ୍ର ସରକାର ଆଡ୍‌ହକ୍‌ କାମ୍ପା ପାଣ୍ଠିରୁ ୨୬୪୪ କୋଟି ୧୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ୨୦୦୯-୧୦ରେ କେନ୍ଦ୍ର ସରକାର ଏହି ଯୋଜନାରେ ୧୩୧.୬ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ୨୦୧୦-୧୧ରେ ୧୪୦.୧୮କୋଟି, ୨୦୧୧-୧୨ରେ ୧୭୬.୯କୋଟି, ୨୦୧୨-୧୩ରେ ୨୦୫.୮୩କୋଟି, ୨୦୧୩-୧୪ରେ ୧୮୦କୋଟି, ୨୦୧୫-୧୬ରେ ୩୨୨କୋଟି, ୨୦୧୬-୧୭ରେ ୪୭୩କୋଟି ଏବଂ ୨୦୧୭-୧୮ରେ ୪୭୭ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସେଥିରୁ ୨୦୧୯ ଜୁନ୍‌ ୨ ସୁଦ୍ଧା ୨୫୪୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୦୯-୧୦ରୁ ୨୦୧୭-୧୮ ମଧ୍ୟରେ ଏହି ଅର୍ଥରେ ୨ଲକ୍ଷ ୯୪ ହାଜାର ୫୫ ହେକ୍ଟର ବନୀକରଣ କରାଯାଇଥିବା ବେଳେ ୭ଲକ୍ଷ ୪୪ ହଜାର ୭୮୪ହେକ୍ଟରରେ ବାଉଁଶ ଓ ୧ ଲକ୍ଷ ୭୯ହଜାର ଅନ୍ୟାନ୍ୟ ଜଙ୍ଗଲ ସୃଷ୍ଟି କରାଯାଇଛି। ଏଥିସହିତ ୨୪୮ ବନାଞ୍ଚଳ କାର୍ଯ୍ୟାଳୟ, ୨୯୭ ବାସଗୃହ, ୧୬୯୯ ବନରକ୍ଷୀଙ୍କ ପାଇଁ ବାସଗୃହ ଓ ୩୯ ମେଗା ନର୍ସରି ସୃଷ୍ଟି କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ କାମ୍ପା ପାଣ୍ଠିରୁ ୬୧୬ କୋଟି ୯୪ ଲକ୍ଷ ଟଙ୍କାର ବାର୍ଷିକ ଯୋଜନା ଖର୍ଚ୍ଚ କରାଯାଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଙ୍ଗଳବାର ବିଧାନସଭାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବେଳେ ଏହି ସୂଚନା ଦେଇଛନ୍ତି। ବିଜେଡି ସଭ୍ୟ ପ୍ରମୋଦ ମଲିକ ମୂଳ ପ୍ରଶ୍ନରେ କହିଥିଲେ, କାମ୍ପା ଯୋଜନା କାର୍ଯ୍ୟକାରୀ ହେବାଠାରୁ କେନ୍ଦ୍ର ସରକାର କେତେ ଟଙ୍କା ଦେଇଛନ୍ତି, କେତେ ଖର୍ଚ୍ଚ ହୋଇଛି, ଚଳିତ ଆର୍ଥିକ ବର୍ଷରେ କେତେ ଟଙ୍କା ଖର୍ଚ୍ଚ ପାଇଁ ଅର୍ଥ ମଞ୍ଜୁର ହୋଇଛି। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ, ନରସିଂହ ମିଶ୍ର, ବିଜେଡି ସଭ୍ୟ ପ୍ରୀତିରଞ୍ଜନ ଘଡ଼ାଇ, ଅତନୁ ସବ୍ୟସାଚୀ ନାୟକ, ରମେଶ ଚନ୍ଦ୍ର ସାଏ, ବଦ୍ରୀ ନାରାୟଣ ପାତ୍ର ପ୍ରମୁଖ ଅତିରିକ୍ତ ପ୍ରଶ୍ନରେ କାମ୍ପା ଯୋଜନା ଅର୍ଥରେ କେଉଁଠି ନୂଆ ଜଙ୍ଗଲ କରାଯାଇଛି । ବଲାଙ୍ଗୀର ଜିଲାର ଭିମପାହାଡ଼ରେ ଏକ ଡିୟର ପାର୍କ କରିବାର ବ୍ୟବସ୍ଥା ଅଛି କି? କଟକ, ଭୁବନେଶ୍ୱରରେ ପ୍ରଦୂଷଣ ବଢ଼ୁଛି। ଖାଲି ପଡ଼ିଥିବା ସରକାରୀ ଜାଗାରେ ବୃକ୍ଷରୋପଣ କରିବାର ଯୋଜନା ଅଛି କି?ହେନ୍ତାଳବନର ପୁନରୁଦ୍ଧାର, ସିମିଳିପାଳରେ ଇକୋ ଟ୍ୟୁରିଜମ୍‌ ଓ ବାନ୍ଧଗଡ଼ ଜଙ୍ଗଲ ସୁରକ୍ଷା କରିବା ନେଇ ପଚାରିଥିଲେ। ମନ୍ତ୍ରୀ କହିଥିଲେ ଯେ, ଫନୀରେ ଚନ୍ଦକା, ନନ୍ଦନକାନନ ଓ ଭୁବନେଶ୍ୱର ସହରରେ ବହୁ ଗଛ ନଷ୍ଟ ହୋଇଛି। ନୂଆ ବନୀକରଣ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଜଙ୍ଗଲରେ ରହୁଥିବା ଆଦିବାସୀମାନଙ୍କ ଜୀବନଜୀବିକା ପାଇଁ ସହାୟତା ଯୋଗାଇ ଦିଆଯାଉଛି। ରାଜ୍ୟରେ ୨୦୦୯ରୁ ଆଡ୍‌ହକ୍‌ କାମ୍ପା ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଥାନା ଘଟଣା: ଆଉ ୩ ଜଣଙ୍କ ହେବ…

ଭୁବନେଶ୍ୱର,୨୭।୯: ଭରତପୁର ଥାନା ଘଟଣାରେ ଆଉ ୩ ଜଣଙ୍କ ପଲିଗ୍ରାଫ ଟେଷ୍ଟ ହେବ। ନିଲମ୍ବିତ ଥାନା ଅଧିକାରୀଙ୍କ ସହ ୩ ମହିଳା କର୍ମଚାରୀଙ୍କ ଏହି  ଟେଷ୍ଟ...

ପ୍ରବଳରୁ ଅତି ପ୍ରବଳ ବର୍ଷିବ, ୫ ଜିଲାକୁ ୩ ଘଣ୍ଟା ପାଇଁ ସତର୍କ ସୂଚନା

ଭୁବନେଶ୍ୱର,୨୭ା୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ତେବେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଗଜପତି ଏବଂ ଗଞ୍ଜାମ...

ଫାଇନାନ୍ସ କର୍ମଚାରୀଙ୍କ ଦାଦାଗିରି: ଆଦିବାସୀ ଯୁବକଙ୍କୁ ଅଶ୍ଳୀଳ ଭାଷାରେ ଗାଳି ସହ ଦେଲେ ହତ୍ୟା ଧମକ, ଥାନାରେ ମାମଲା

ଦାରିଙ୍ଗବାଡ଼ି,୨୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲୋକଙ୍କୁ ଫାଇନାନ୍ସ ଦେବା ପାଇଁ ବିଭିନ୍ନ ସ୍ଥାନରେ ମାଳମାଳ ବ୍ୟାଙ୍କ ଖୋଲାଯାଇଛି। ଦାରିଙ୍ଗବାଡ଼ି ଓ ରାଇକିଆ...

ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା ସହକାରୀ ଯନ୍ତ୍ରୀ, ଠିକାଦାରଙ୍କଠାରୁ ନେଉଥିଲେ…

କୁନ୍ଦୁରା,୨୭ା୯(ସନ୍ତୋଷ କୁମାର ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଅଧୀନରେ କାର୍ଯ୍ୟରତ ମହିଳା ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭାନୁମତୀ...

ପାଇନ୍‌ ବଣରୁ ମିଳିଲା ଶହ ଶହ କାଚ ବୋତଲ, ଚିନ୍ତାରେ ପରିବେଶବିତ୍‌

ଦାରିଙ୍ଗବାଡ଼ି,୨୭ା(ଅରୁଣ ସାହୁ): ଆଜି ବିଶ୍ୱ ପର୍ଯ୍ୟଟନ ଦିବସ। ଏଥିପାଇଁ ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଥିବା ପର୍ଯ୍ୟଟନ କ୍ଷେତ୍ରକୁ ସଫେଇ କରାଯାଇଛି। ଦାରିଙ୍ଗବାଡ଼ିର...

‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ପାଇ ନ ଥିବା ମହିଳାଙ୍କ ପାଇଁ ବଡ଼ ଖବର

ଭୁବନେଶ୍ୱର,୨୭।୯: ‘ସୁଭଦ୍ରା’ ସହାୟତା କିସ୍ତି ଅପେକ୍ଷାରେ ଥିବା ମହିଳାଙ୍କ ପାଇଁ ବଡ଼ ଖବର। କେଉଁ ଦିନ ସୁଭଦ୍ରା ସହାୟତା ମିଳିବ ସେନେଇ ଆଜି ତାରିଖ ଆସିପାରେ।...

ହଷ୍ଟେଲରୁ ମିଳିଲା ଫାର୍ମାସୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ଼ ନୋଟରେ…

ବ୍ରହ୍ମପୁର,୨୭।୯(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ପୋଲିସ ଶୁକ୍ରବାର ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ମୃତକ ଜଣଙ୍କ ପୁରୀ ଜିଲା କୃଷ୍ଣପ୍ରସାଦ...

ଭକ୍ତଙ୍କୁ ପଞ୍ଚଲିଙ୍ଗେଶ୍ୱର ମନା 

ନୀଳଗିରି,୨୭।୦୯(ପ୍ରଶାନ୍ତ କୁମାର ବିଶ୍ବାଳ): ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷାର ପ୍ରଭାରେ ଧନ ଜୀବନ ଅସ୍ତବ୍ୟସ୍ତ  ହୋଇପଡ଼ିଛି। ଲଗାଣ ବର୍ଷାରେ ଉତ୍ତର ଓଡ଼ିଶାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri