‘ବାଲାକୋଟ-ଦି ଟ୍ରୁ ଷ୍ଟୋରି’ରେ ବିବେକ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ପରେ ଅଭିନେତା ବିବେକ ଓବେରୟ ବାଲାକୋଟ ଏୟାରଷ୍ଟ୍ରାଇକ୍‌ ଉପରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମରେ ଅଭିନୟ କରିବେ। ବାଲାକୋଟର ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ଆକାଶମାର୍ଗରୁ ଆକ୍ରମଣ ଭଳି ଏକ ସତ୍ୟକାହାଣୀ ଆଧାରିତ ଫିଲ୍ମ ନିର୍ମାଣ ପାଇଁ ବିବେକ ପ୍ରସ୍ତୁତ ଥିବା କହିଛନ୍ତି।
‘ବାଲାକୋଟ-ଦି ଟ୍ରୁ ଷ୍ଟୋରି’ ଶୀର୍ଷକ ଏହି ଫିଲ୍ମ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ନିର୍ମାଣ ହେବାକୁ ଯାଉଛି। ଏହି ତ୍ରିଭାଷୀ ଫିଲ୍ମରେ ଭାରତୀୟ ବାୟୁସେନାର ବାସ୍ତବ ତଥ୍ୟ, ସାହସିକତା, ବଳିଷ୍ଠ ରାଜନୈତିକ ଇଚ୍ଛାଶକ୍ତି ସମେତ ରଣକୌଶଳ ଯୋଜନା ଆଦି ପ୍ରଦର୍ଶିତ ହେବ ବୋଲି ଫିଲ୍ମ ନିର୍ମାତା ଏକ ବିବୃତିରେ ପ୍ରକାଶ କରିଛନ୍ତି। ଏଥିରେ ମଧ୍ୟ ବୀର ଯବାନ ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ଅପୂର୍ବ ସାହସିକତାର କାହାଣୀ ସ୍ଥାନ ପାଇବ। ବର୍ଥମାନ ଉଡାଉଥିବା ବାୟୁସେନା ବିମାନକୁ ପାକିସ୍ତାନୀ ସେନା ଆକ୍ରମଣ କରି ତଳକୁ ଖସାଇଦେବା ପରେ ସେ ଆକାଶଛତା ଯୋଗେ ପାକିସ୍ତାନ ମାଟିରେ ଓହ୍ଲାଇଥିଲେ। ଶତ୍ରୁସେନା ତାଙ୍କୁ ଧରିନେଇ ୩ଦିନ ନିଜ କବ୍‌ଜାରେ ରଖିଥିଲେ। ସେହି ସମୟରେ ତାଙ୍କ ପ୍ରତି କିପରି ବ୍ୟବହାର ପ୍ରଦର୍ଶନ କରାଯାଇଥିଲା ତାହା ମଧ୍ୟ ଉକ୍ତ କାହାଣୀରେ ସ୍ଥାନ ପାଇବ। ଏ ସମ୍ପର୍କରେ ଓବେରୟ କହନ୍ତି, ‘ଅଭିନନ୍ଦନଙ୍କ ସଫଳତାରେ ପ୍ରତ୍ୟେକ ଭାରତୀୟ ଗର୍ବିତ। ଆମ ସଶସ୍ତ୍ର ସେନା ବାସ୍ତବରେ କେତେ ଦକ୍ଷ ତାହାକୁ ପ୍ରଚାର ପ୍ରସାର କରିବା ଜଣେ ଭାରତୀୟ, ଦେଶପ୍ରେମୀ ଏବଂ ଫିଲ୍ମ ଭ୍ରାତୃତ୍ୱ ସଦସ୍ୟ ଭାବେ ଏହା ମୋର କର୍ତ୍ତବ୍ୟ।’
ଏହି ଫିଲ୍ମ ନିର୍ମାଣ ପାଇଁ ବାସ୍ତବ ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ ସହାୟତା ନିଆଯିବ ବୋଲି ନିର୍ମାତା ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଫେବୃୟାରୀରେ ପୁଲଓ୍ବାମାଠାରେ ପାକିସ୍ତାନୀ ଆତଙ୍କବାଦୀ ଆକ୍ରମଣରେ ୪୦ ସିଆର୍‌ପିଏଫ୍‌ ଯବାନ ନିହତ ହେବା ପରେ ଭାରତୀୟ ବାୟୁସେନା ଏହାର କଡା ଜବାବ ଦେବାକୁ ଯାଇ ବାଲାକୋଟସ୍ଥିତ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ଶିବିର ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା। ବାଲାକୋଟ ଉପରେ ଆକାଶମାର୍ଗରୁ ଆକ୍ରମଣ ଭାରତୀୟ ବାୟୁସେନାର ଅନ୍ୟତମ ଯୋଜନାବଦ୍ଧ ବିଷୟ ଥିଲା ବୋଲି ଓବେରୟ ପ୍ରକାଶ କରିଛନ୍ତି। ଉକ୍ତ ଫିଲ୍ମର ଶୁଟିଂ ଜମ୍ମୁ-କଶ୍ମୀର, ଦିଲ୍ଲୀ ଓ ଆଗ୍ରାରେ ହେବ। ଚଳିତ ବର୍ଷ ଶେଷସୁଦ୍ଧା ଏହା ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବା ସମ୍ଭାବନା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ଅଲଗା ହେଲେ ବ୍ରାଡ ପିଟ-ଆଞ୍ଜେଲିନା ଜୋଲି

ହଲିଉଡ ତାରକା ବ୍ରାଡ ପିଟ ଏବଂ ଆଞ୍ଜେଲିନା ଜୋଲି ୮ ବର୍ଷର ଆଇନଗତ ଯୁଦ୍ଧ ପରେ ପରସ୍ପରକୁ ଛାଡପତ୍ର ଦେଇଛନ୍ତି। ହଲିଉଡ ଦମ୍ପତି ସେମାନଙ୍କ ସର୍ତ୍ତାବଳୀ...

ଚର୍ଚ୍ଚାରେ ନୀଳ ନୟନା, ବଚ୍ଚନ ପରିବାର ସହ ଆସିଲେନି ନଜର

ମୁମ୍ବାଇ: ପୁଣି ଥରେ ବଚ୍ଚନ ପରିବାର ଏକାଠି ନଜର ଆସିଛନ୍ତି। କିନ୍ତୁ ଐଶ୍ୱର୍ଯ୍ୟା ରାୟ ଏବଂ ଆରାଧ୍ୟା ଲୋକଙ୍କ ଦୃଷ୍ଟିକୁ ଆସି ନାହାଁନ୍ତି। ଘଟଣାହେଲା, ବଚ୍ଚନ...

ଫି’ ବଢ଼ାଇଲେ କାର୍ତ୍ତିକ

ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପାଇଁ ବର୍ଷ ୨୦୨୪ ବେଶ୍‌ ଭଲ ରହିଥିଲା। ବକ୍ସ ଅଫିସ୍‌ରେ ହିଟ୍‌ ହୋଇଥିବା ‘ଭୁଲ୍‌ ଭୁଲୈୟା ୩’ ଚଳଚ୍ଚିତ୍ରରେ କାର୍ତ୍ତିକଙ୍କ ଅଭିନୟକୁ...

ରାମଚରଣଙ୍କ ୨୫୬ ଫୁଟ ଉଚ୍ଚ କଟ୍‌ଆଉଟ

ହାଇଦ୍ରାବାଦ: ସାଉଥ୍‌ ସୁପରଷ୍ଟାର ରାମଚରଣଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗେମ୍‌ ଚେଞ୍ଜର’ ଆସନ୍ତା ଜାନୁଆରୀ ୧୦ରେ ରିଲିଜ୍‌ ହେବାକୁ ଯାଉଛି। ଶଙ୍କର ସନ୍‌ମୁଗମଙ୍କ ନିର୍ଦ୍ଦେଶିତ ଏହି ପଲିଟିକାଲ...

ମାଲୟାଲମ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ

ଥିରୁଭାନନ୍ତପୁରମ, ୩୦।୧୨: କେରଳର ଥିରୁଭାନନ୍ତପୁରମସ୍ଥିତ ଏକ ହୋଟେଲରୁ ରବିବାର ସକାଳେ ମାଲୟାଲମ ଅଭିନେତା ଦିଲୀପ ଶଙ୍କରଙ୍କ ମୃତଦେହ ମିଳିଛି। ସେ ଥିବା ରୁମ୍‌ରୁ ଦୁର୍ଗନ୍ଧ ଆସିବାରୁ ହୋଟେଲ...

ରିଲିଜ ପୂର୍ବରୁ ଚର୍ଚ୍ଚାରେ ବର୍ଷାଙ୍କ ଫିଲ୍ମ ‘ଓ୍ବାଇଫ୍‌’; ଅନୁଭବଙ୍କ ସହ ସମ୍ପର୍କକୁ…

ଭୁବନେଶ୍ୱର,୨୮।୧୨: ପୁଣି ଚର୍ଚ୍ଚାରେ ଓଲଉଡ୍‌ର ଅନ୍ୟତମ ସୁପରହିଟ୍‌ ଯୋଡ଼ି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ। ଗୋଟିଏ ପଟେ ଅନୁଭବଙ୍କ ଜୀବନକୁ ନେଇ ଦିଲ୍ଲୀର ଖବରଦାତା...

‘ଗାନ୍ଧିଜୀ ଯେଉଁଠି ଅଛନ୍ତି, ସେଇଠି ପହଞ୍ଚିଯିବ,’ଭୋଜପୁରୀ ଗାୟିକାଙ୍କୁ କାହିଁକି ମିଳୁଛି ଧମକ

ପାଟନା/ମୁମ୍ବାଇ,୨୮।୧୨: ବିହାରର ରାଜଧାନୀ ପାଟନାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ଅବସରରେ ବାପୁ ଅଡିଟୋରିୟମରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରସିଦ୍ଧ...

ବିଚ୍‌ ରାସ୍ତାରେ ଫଟୋ ଶୁଟ୍‌ କରୁଥିଲେ କରିସ୍ମା, ସାଇକେଲରେ ଆସୁଥିବା ବ୍ୟକ୍ତି କଲେ ଏମିତି କାମ

ମୁମ୍ବାଇ: କରିସ୍ମା କପୁର ୯୦ ଦଶକର ଜଣେ ଆଗଧାଡିର ଅଭିନେତ୍ରୀ ଥିଲେ। ଅଭିନୟ ସହିତ ନିଜର ଚୁଲବୁଲି ଅନ୍ଦାଜ ଏବଂ ନୃତ୍ୟ ପାଇଁ ସେ ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri