ପାଟନା,୯।୬: ଆସନ୍ତା ବିଧାନସଭା ନିର୍ବାଚନରେ ଜନତାଦଳ ୟୁନାଇଟେଡ(ଜେଡିୟୁ) ଏକାକି ଲଢିବ ବୋଲି ଜଣାପଡିଛି। ଭାଜପା ସହ ଜେଡିୟୁ ମେଣ୍ଟ କରିବ ନାହିଁ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ରବିବାର ପାଟନାରେ ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନରେ ଦଳ ଜମ୍ମୁ-କଶ୍ମୀର, ଝାଡଖଣ୍ଡ, ହରିୟାନା ଓ ଦିଲ୍ଲୀରେ ପ୍ରାର୍ଥୀ ଦେବ ବୋଲି ଜଣାପଡିଛି। ସେଠାରେ ମଧ୍ୟ ଦଳ ଏକାକି ଲଢିବ।