ବିଶ୍ୱରେ ଅନେକ ପୁରାତନ ହୋଟେଲମାନ ରହିଛି। ଯାହାକି ସମୟ ସାଙ୍ଗକୁ ପରିବର୍ତ୍ତନ ମଧ୍ୟ ହୋଇଥାଏ। ମାତ୍ର ଜାପାନରେ ଏମିତି ଏକ ହୋଟେଲ ରହିଛି, ଯାହା ଆଜି ଇତିହାସ ପାଲଟିିଛି।
‘ନିଶିୟାମା ଓନ୍ସେନ କ୍ୟୁନାକାନ୍’ ନାମକ ଏହି ହୋଟେଲ ବିଶ୍ୱର ସବୁଠାରୁ ପୁରାତନ। ଏହା ଗିନିଜ୍ ଓ୍ବାଲର୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି। ଏହାକୁ ଫୁଜିଓ୍ବାରା ମହିତୋ ନାମକ ଜଣେ ବ୍ୟକ୍ତି ଏହାକୁ ତିଆରି କରିଥିଲେ। ପାଖାପାଖି ୧୩ଶହ ବର୍ଷ ପୁରୁଣା ଏହି ହୋଟେଲକୁ ତାଙ୍କ ପରିବାରର ୫୨ତମ ପିଢ଼ି ଚଳାଇ ଆସୁଛନ୍ତି। ଏଠାକୁ ସାରା ବିଶ୍ୱରୁ ଲୋକେ ଆସିଥାନ୍ତି। ବିଳାସମୟ ଝରଣା ପାଇଁ ଏହା ବେଶ୍ ପ୍ରସିଦ୍ଧ। ଯାହାକି ଅନ୍ୟ ହୋଟେଲ ଠାରୁ ଭିନ୍ନ ଏବଂ ଖାସ୍ ହୋଇପାରିଛି। ହୋଟେଲର ଗୋଟିଏ ପଟେ ଏକ ସୁନ୍ଦର ନଦୀ ବହିଯାଇଥିବା ବେଳେ ଅନ୍ୟପଟେ ଘନ ଜଙ୍ଗଲରେ ପରିପୂର୍ଣ୍ଣ। ଏହି ହୋଟେଲରେ ୩୭ଟି କଠୋରି ରହିଛି। ଗୋଟିଏ ରାତି ଏଠାରେ ରହିବା ପାଇଁ ପ୍ରାୟ ୩୩ ହଜାର ଟଙ୍କା ଦେବାକୁ ପଡ଼ିଥାଏ। ମଝିରେ ମଝିରେ ଏହି ହୋଟେଲର ନବୀକରଣ ହୋଇଥାଏ। ଶେଷଥର ପାଇଁ ୧୯୯୭ରେ ଏହାର ନବୀକରଣ ହୋଇଥିଲା।