ଭାଇ ଭାଇ ସମ୍ପର୍କ

ଅଭିମନ୍ୟୁ ଧଳ
ଯୁଦ୍ଧ ଭୂମିରେ ରାବଣ ଶେଷନିଃଶ୍ୱାସ ନେବା ପୂର୍ବରୁ ଶ୍ରୀରାମଚନ୍ଦ୍ରଙ୍କୁ ପାଖକୁ ଡାକି କହିଲେ ”ମୁଁ ତୁମଠାରୁ ସବୁକଥାରେ ଶ୍ରେଷ୍ଠ। ଜାତିରେ ଶ୍ରେଷ୍ଠ, ବୟସରେ ତୁମଠାରୁ ବଡ଼, କୁଟୁମ୍ବରେ ତୁମଠାରୁ ବହୁତ ବଡ଼। ତୁମଠାରୁ ଜ୍ଞାନୀ, ମାନୀ, ମହାପରାକ୍ରମୀ, ବଳଶାଳୀ, ଧନସମ୍ପତ୍ତି, ସୈନ୍ୟସାମନ୍ତରେ ଯଥେଷ୍ଟ ଅଧିକ। ତୁମର ରାଜପ୍ରାସାଦ ସୁବର୍ଣ୍ଣ ମାତ୍ର, ମୋର ସମଗ୍ର ଲଙ୍କା ସୁବର୍ଣ୍ଣରେ ନିର୍ମିତ। ଏସବୁ ଥାଇ ମୁଁ ତୁମଠାରୁ ପରାସ୍ତ ହେଲି, କାରଣ, ତୁମ ଭାଇ ତୁମ ସହିତ ଅଛି, ଆଉ ମୋ ଭାଇ ମୋ ସାଥିରେ ନାହିଁ।“
କଥାରେ ଅଛି, ”କଳି ଯଦି କରି ବସିବ ସଙ୍ଗେ ଥିବ ଭାଇ।“ ବାସ୍ତବିକ୍‌ ଭାଇ-ଭାଇ ସମ୍ପର୍କ ରକ୍ତର ଗଭୀରତମ ସମ୍ପର୍କ। ଭାଇ ବିପଦରେ ପଡିଥିଲେ ଅନ୍ୟ ଭାଇ କିଛି ବାଛବିଚାର ନ କରି ସହାୟ ହୁଅନ୍ତି। ଗୋଟିଏ ମା’ ପେଟରୁ ଜନ୍ମିତ ଭାଇମାନେ ଧୂଳିଖେଳଠାରୁ ଆରମ୍ଭ କରି, ପରସ୍ପର କଳିଝଗଡା, କିଛି ସମୟ ପରେ କୋଳାକୋଳି ହେବା ସ୍ନେହ, ପ୍ରେମ ଓ ବନ୍ଧନର ନିଚ୍ଛକ ପ୍ରତିଛବି। ଭାଇର ସଫଳତାରେ ଭାଇ ଅଧିକ ଖୁସି ଓ ଦୁଃଖରେ ଦୁଃଖୀ ହୋଇଥାଏ। ଯେଉଁଠାରେ ଭାଇମାନଙ୍କ ମନ ଏକ ଥାଏ ସେ ଘର ସବୁଥିରେ ପରିପୂର୍ଣ୍ଣ ରହିଥାଏ।
ଏକାନ୍ନବର୍ତ୍ତୀ ପରିବାରରେ ଭାଇ-ଭାଇ ସମ୍ପର୍କ ଅତୁଟ ଥିଲା। କୌଣସି ଭାଇର ଅସୁବିଧା ହେଲେ ଅନ୍ୟ ଭାଇମାନେ ଅଯାଚିତଭାବେ ସାହାଯ୍ୟ କରୁଥିଲେ। ନିଜ ପିଲାପିଲି ହେଉ ଅବା ଭାଇଙ୍କର ପିଲାପିଲି ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁଥିଲେ। ଖାଇବା ପିଇବାଠାରୁ ଆରମ୍ଭ କରି ପୋଷାକପତ୍ର କୌଣସିଥିରେ ପାତରଅନ୍ତର ନ ଥିଲା। କାଳକ୍ରମେ ଏକାନ୍ନବର୍ତ୍ତୀ ପରିବାର ଅଲଗା ହୋଇ ଛୋଟ ଛୋଟ ହୋଇଗଲା। ସମାଜତତ୍ତ୍ୱବିତ୍‌ଙ୍କ ମତରେ ପ୍ରତି ପଚାଶ ବର୍ଷରେ ସଭ୍ୟତା ଓ ସଂସ୍କୃତି ବଦଳେ। ପେଟପାଟଣା ହେଉ ଅବା ସ୍ଥାନାଭାବ ହେତୁ ଓ ଭଲରେ ରହିବା ପାଇଁ ବାପା, ଅଜାଙ୍କ ଭିଟାମାଟି ଛାଡିବାକୁ ପଡିଲା ଏବଂ ଯେଉଁମାନେ ସେହି ସ୍ଥାନରେ ରହିଲେ ସେମାନେ ପରସ୍ପରଠାରୁ ଅଲଗା ରହିଲେ। କେତେକେ ପିତୃଅର୍ଜିତ ସମ୍ପତ୍ତି ଭାଗବଣ୍ଟା ନ କରି ନିଜ ରୋଜଗାରରେ ଚଳନ୍ତି। ବିଶେଷକରି ସେମାନେ ବାହାରେ ଚାକିରି ବା ବ୍ୟବସାୟ ଆଦି କରି ଅର୍ଥ ଉପାର୍ଜନ କରିଥାନ୍ତି। ଗାଁରେ ଯେଉଁମାନେ ଥାଆନ୍ତି ସେମାନେ ପୈତୃକ ସମ୍ପତ୍ତିର ଦେଖାଶୁଣା କରନ୍ତି। ଭଲମନ୍ଦ କାମରେ ସମସ୍ତେ ଏକାଠି ହୋଇଥାନ୍ତି। ଆମ ପରମ୍ପରାରେ ଅଛି ବାପାମା’ ଜୀବିତ ଥିବା ପର୍ଯ୍ୟନ୍ତ ପୁଅମାନେ ଭିନେ ହୋଇ ସମ୍ପତ୍ତି ଭାଗବଣ୍ଟା କରନ୍ତି ନାହିଁ। କାରଣ ତାହାଦ୍ୱାରା ବାପାମା’ଙ୍କୁ ବହୁତ ମାନସିକ ଆଘାତ ଲାଗିଥାଏ। କିନ୍ତୁ ଏବେ ତାକୁ କେହି ମାନୁନାହାନ୍ତି। ଅଧିକାଂଶ କ୍ଷେତ୍ରରେ ଦେଖାଯାଉଛି ଭାଇମାନେ ପରସ୍ପର ଅଲଗା ହୋଇଗଲେ ସମ୍ପତ୍ତି ସହିତ ବାପା ଓ ମା’ ମଧ୍ୟ ବାଣ୍ଟ ହୋଇଯାଆନ୍ତି। କେତେକ ସ୍ଥଳରେ ଦେଖାଯାଏ ବାପାମା’ଙ୍କୁ ଅଲଗା କରିଦିଆଯାଏ। ବାହାରେ ବିପୁଳ ଅର୍ଥ ରୋଜଗାର କରୁଥିବା ଭାଇ, ଅନ୍ୟ ଭାଇକୁ ଆଡ଼ ଆଖିରେ ଦେଖନ୍ତି ନାହିଁ। ବରଂ ସେମାନଙ୍କ ଭାଗ ବିକ୍ରି କରିଦିଅନ୍ତି। ନିଜ ପିଲାଙ୍କୁ ଉଚ୍ଚଶିକ୍ଷିତ କରାଇ ବାହାରେ ରଖନ୍ତି। ବୟସର ଅପରାହ୍ଣରେ ପୁଳାଏ ପଇସା ତାଙ୍କର ନିଃସଙ୍ଗତାକୁ ଦୂରେଇ ପାରେନାହିଁ। ଗାଁକୁ ଆସିବାକୁ ଇଚ୍ଛା ଥିଲେ ମଧ୍ୟ ଫେରିପାରନ୍ତି ନାହିଁ। କେବଳ ମନସ୍ତାପରେ ଛଟପଟ ହୁଅନ୍ତି। ଭାଇ-ଭାଇ ନିବିଡ ସମ୍ପର୍କ ସେତେବେଳେ ମନେପଡ଼େ।
ରକ୍ତ ସମ୍ପର୍କରେ ବନ୍ଧା ଭାରତୀୟ ପରିବାରଗୁଡିକ ଭିତରେ ଦିନକୁ ଦିନ ଦ୍ୱେଷ, ହିଂସା, ଈର୍ଷା ଆଦି ବୃଦ୍ଧି ପାଉଛି, ଯାହା ଅନେକ ସମୟରେ ବାହାରକୁ ଜଣା ପଡୁ ନ ଥିଲେ ମଧ୍ୟ ଭିତରେ ଭିତରେ କୁହୁଳୁଛି ଓ ସମ୍ପର୍କକୁ ଖରାପ କରୁଛି। ମହାଭାରତରେ ମହାମାନୀ ଦୁର୍ଯ୍ୟୋଧନ ପାଣ୍ଡବ ପାଞ୍ଚଭାଇଙ୍କୁ ପାଞ୍ଚଟି ପଡ଼ା ନ ଦେଇ ଯୁଦ୍ଧର ବିଭୀଷିକା ସୃଷ୍ଟି କରିଥିଲେ। ଆଜିକାଲି ଭାଇ-ଭାଇ ସମ୍ପର୍କ ଦୀର୍ଘସ୍ଥାୟୀ ରହିବା ବିରଳ। ଅନେକେ ରକ୍ତ ସମ୍ପର୍କକୁ ଛିନ୍ନକରି କଳିତକରାଳ ଏପରି କି ରକ୍ତାକ୍ତ ସଂଘର୍ଷରେ ଅବତୀର୍ଣ୍ଣ ହୋଇ ଥାନା, କୋଟର୍ର୍ କଚେରିର ଆଶ୍ରୟ ନେଉଛନ୍ତି। ଅସଂଖ୍ୟ ସମ୍ପତ୍ତି ଭାଗବଣ୍ଟା ମାମଲା କୋର୍ଟକଚେରିରେ ପହଞ୍ଚୁଛି। ଏକ ପରିସଂଖ୍ୟାନ କହେ ଯେ, ଏବେ ଭାରତର ନ୍ୟାୟାଳୟଗୁଡ଼ିକରେ ଭାଇ-ଭାଗ ସମ୍ପର୍କିତ ମାମଲା ସର୍ବାଧିକ। ରାମାୟଣରେ ବାଳି ଓ ସୁଗ୍ରୀବଙ୍କ ମଧ୍ୟରେ ଭୁଲ୍‌ ବୁଝାମଣା ଓ ଶତ୍ରୁତା ବାଳିବଧର କାରଣ ହେଲା। ଗରିବ, ମଧ୍ୟବିତ୍ତ ଅବା ଧନପତିଙ୍କ କ୍ଷେତ୍ରରେ ଏହା ଦେଖାଯାଇଥାଏ। ଅଭାବ ଅସୁବିଧା ଭିନେ ହେବାର ମୁଖ୍ୟ କାରଣ ନୁହେଁ। ଅନ୍ୟକୁ ସାହାଯ୍ୟ କରିବା ଭଲ କିନ୍ତୁ ମା’ ପେଟର ଭାଇକୁ ସାହାଯ୍ୟ କରିବା ଦୂରେ ଥାଉ ବରଂ ତା’ର ଦୁଃଖରେ ଖୁସି ହେବା ପରି ଘଟଣା ଆଜିକାଲି ଦେଖିବାକୁ ମିଳୁଛି। ଭାଇ ବର୍ତ୍ତମାନ ଭଗାରି। ଶତ୍ରୁ କେଉଁଠି? ମା’ ପେଟରେ।
ଭାଇ ଭାଇ ସମ୍ପର୍କ ସ୍ନେହ, ପ୍ରେମ, ମମତାର ସମ୍ପର୍କ ହୋଇଥିଲେ ମଧ୍ୟ ଏହା ସମୟକ୍ରମେ ବିଷମୟ ହୋଇଯାଇଛି। ହିଂସା, ଦ୍ୱେଷ, ଈର୍ଷା ମନକୁ ବାନ୍ଧି ଦେଉଛି। ସମ୍ପର୍କର ବିଭାଜନ ହେଉଛି। ବିରାଟ ବିଶ୍ୱ ଆମର ହାତମୁଠାରେ ରହିବା ବେଳେ ନିଜ ସମ୍ପର୍କଠାରୁ ଦୂରେଇ ଯାଇ ମଣିଷ କ’ଣ ଶାନ୍ତି ପାଉଛି? ମଣିଷ ଅବସାଦର ଶିକାର ହେବାର ଏହା ମୁଖ୍ୟ କାରଣ। କେତେ କବି, ଲେଖକଙ୍କ ଲେଖାରେ ଏବଂ ଚଳଚ୍ଚିତ୍ରରେ ଏହି ଭାଇ-ଭାଇ ସମ୍ପର୍କକୁ ନେଇ ଅନେକ କଥା ଓ ବ୍ୟଥା ରୂପାୟିତ ହୋଇଛି। ତଥାପି ଏହାର ପ୍ରଭାବ ବିଶେଷ ଫଳପ୍ରଦ ନୁହେଁ। ଭାଇମାନେ ନିଜ ପରିବାରରେ ସାଥୀ ହୋଇ ରହିଲେ ବିଜୟୀ ହୁଅନ୍ତି। ଶ୍ରୀମନ୍ଦିର ରତ୍ନ ସିଂହାସନରେ ଉପବେଶନ କରିଥିବା ଦୁଇଭାଇ ଜଗା, ବଳିଆ ଏହାର ଶ୍ରେଷ୍ଠ ଉଦାହରଣ। ଏପରି ଭାଇ ଜଗତେ ନାହିଁ।
ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ମୋ-୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri