ମତଦାନ ଓ ଗଣତନ୍ତ୍ର

ଲଲିତ ମୋହନ ମିଶ୍ର

ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କ ସଫଳତା ମୂଳଦୁଆ ହେଲା ସୁଚିନ୍ତିତ ତଥା ଅବାଧ ଓ ମୁକ୍ତ ମତଦାନ। ଛୋଟ ଛୋଟ ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କରେ ଲୋକମାନେ ନିର୍ବାଚନରେ ମତଦାନ ବେଳେ ରାଜନୈତିକ ଦଳମାନଙ୍କର ଆଦର୍ଶ ଓ ନୀତି ତଥା ପ୍ରାର୍ଥୀମାନଙ୍କର ଆଭିମୁଖ୍ୟ ଉପରେ ତଥ୍ୟ ସଂଗ୍ରହ କରିବା ସମ୍ଭବ ହୋଇଥିବାବେଳେ ବଡ଼ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କରେ ଏହା ସମ୍ଭବପର ହୋଇ ନ ଥାଏ। ବିଶେଷକରି ଯେଉଁ ବଡ଼ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କରେ ସାକ୍ଷରତା ଓ ଶିକ୍ଷାର ମାନଦଣ୍ଡ ଦୁର୍ବଳ, ସେ ଦେଶମାନଙ୍କର ନାଗରିକମାନେ ସୁଚିନ୍ତିତ ମତଦାନ ନ କରି ଭାବପ୍ରବଣତା ଆଧାରରେ ନିର୍ବାଚନରେ ମତଦାନ କରିଥାଆନ୍ତି। ଏହାଫଳରେ ଗଣତନ୍ତ୍ର ଦୁର୍ବଳ ହୋଇଥାଏ। ଗଣତାନ୍ତ୍ରିକ ଶାସନର ମୂଳଲକ୍ଷ୍ୟ ହେଲା ସମସ୍ତ ଲୋକଙ୍କର ଜୀବନଧାରଣ ମାନଦଣ୍ଡର ବୃଦ୍ଧି। ଯଦି ଏହା ହେଉନାହିଁ ତେବେ ବୁଝିବାକୁ ହେବ ଯେ ଗଣତାନ୍ତ୍ରିକ ବ୍ୟବସ୍ଥା ଦୁର୍ବଳ। ୟୁଏନ୍‌ଡିପି ବା ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରସ୍ତୁତ ‘ହ୍ୟୁମାନ ଡେଭଲପମେଣ୍ଟ ଇଣ୍ଡେକ୍ସ’ ବା ମାନବ ବିକାଶ ସୂଚୀ-୨୦୨୩ ବିବରଣୀରେ ଭାରତର ସ୍ଥାନ ୧୯୧ଟି ଦେଶ ମଧ୍ୟରୁ ୧୩୨ । ଏହା ସୂଚନା ଦିଏ ଯେ ସ୍ବାଧୀନତା ପରଠାରୁ ଆମ ଦେଶରେ ଯଥେଷ୍ଟ ବିକାଶ ହୋଇଥିଲେ ମଧ୍ୟ ସବୁଲୋକଙ୍କ ପାଖରେ ବିକାଶର ସୁଫଳ ଆଜି ସୁଦ୍ଧା ପହଞ୍ଚିପାରିନାହିଁ। ଲୋକେ ବିକାଶ ପ୍ରସଙ୍ଗରେ ନିର୍ବାଚନରେ ମତଦାନ କରୁ ନ ଥିବାରୁ ଲୋକଙ୍କ ସ୍ଥିତିରେ ରୂପାନ୍ତରଣ ନ ହେବା ସ୍ବାଭାବିକ। ଏଠାରେ ଆମ ଦେଶରେ ମତଦାନ ବ୍ୟବସ୍ଥା ଉପରେ ଆଲୋଚନା କରିବା।
ମତଦାନଜନିତ ପ୍ରଥମ ସମସ୍ୟା ହେଲା, ଲୋକେ ମତଦାନ ନ କରିବା ବା ‘ନୋଟା’ରେ ଭୋଟ୍‌ ଦେବା। ୨୦୧୯ଲୋକସଭା ନିର୍ବାଚନରେ ୬୭.୪୦ ପ୍ରତିଶତ ମତଦାନ ହେଲା । ଏହାର ୩୭% ଭୋଟ୍‌ (ଅର୍ଥାତ୍‌ ମୋଟ୍‌ ମତଦାତାଙ୍କ ୨୫% ଭୋଟ) ପାଇ ଭାରତୀୟ ଜନତା ପାର୍ଟି କେନ୍ଦ୍ରରେ ସରକାର ଗଠନ କଲା। ମତଦାନ ହାର ବୃଦ୍ଧି ନ ହେଲେ, କମ୍‌ ମତଦାନ ପାଇ ବି ଏକ ଦଳ ସରକାର ଗଠନ କରିପାରୁଛି, ଯାହାକି ସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥା ନୁହେଁ। ୨୦୧୯ ସାଧାରଣ ଲୋକ ସଭା ନିର୍ବାଚନରେ ସବୁଠୁ ଶିକ୍ଷିତ ରାଜ୍ୟ କେରଳରେ ୭୭ ପ୍ରତିଶତ ମତଦାନ ହୋଇଥିବା ବେଳେ ସବୁଠୁ ବଡରାଜ୍ୟ ଉତ୍ତରପ୍ରଦେଶରେ ୫୯.୨୦ ପ୍ରତିଶତ ମତଦାନ ହୋଇଥିଲା। ପୁରୁଷ ଅପେକ୍ଷା ମହିଳାମାନେ ଏବଂ ଗ୍ରାମୀଣ ଅପେକ୍ଷା ସହରୀ ମତଦାତାମାନେ କମ୍‌ ମତଦାନ କରିବା ଲକ୍ଷ୍ୟ କରାଯାଉଛି। ତେବେ ଓଡ଼ିଶାରେ ୭୩ ପ୍ରତିଶତ ମତଦାନ ଦେବା ଓ ମହିଳାଙ୍କ ମତଦାନ ୭୪ ପ୍ରତିଶତ ହେବା ଭଲ କଥା । କମ୍‌ ମତଦାନ ସମସ୍ୟାର ସମାଧାନ ହେବା ଆବଶ୍ୟକ ଓ ମତଦାନ ହାର ୯୦ପ୍ରତିଶତ ଉପରକୁ ରହିବା ଉଚିତ।
ଦ୍ୱିତୀୟ ମତଦାନ ସମସ୍ୟା କ୍ଷେତ୍ର ହେଲା ‘ନୋଟା’ (କାହାକୁ ମତଦାନ ନ କରିବା)ରେ ମତଦାନ। ୨୦୧୯ ଲୋକ ସଭା ନିର୍ବାଚନରେ ୧ ପ୍ରତିଶତ ମତଦାତା ‘ନୋଟା’ରେ ମତଦାନ କରିଥିଲେ। ତେବେ ବିହାର ପରି କେତେକ ରାଜ୍ୟରେ ଲୋକ ସଭା ନିର୍ବାଚନରେ ୨ପ୍ରତିଶତ ମତଦାତା ‘ନୋଟା’ରେ ଭୋଟ ଦେବା ଦେଖାଯାଇଥିଲା। ନାଗାଲାଣ୍ଡରେ ସବୁଠୁ କମ୍‌ (୦.୨୧%) ନୋଟା ମତଦାନ ହୋଇଥିଲା। ସବୁଠୁ ଶିକ୍ଷିତ ରାଜ୍ୟ କେରଳରେ ୦.୫୧ପ୍ରତିଶତ ଏବଂ ସବୁଠୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶରେ ୦.୮୪ ପ୍ରତିଶତ ନୋଟା ମତଦାନ ହୋଇଥିବାବେଳେ ଓଡ଼ିଶାରେ ୧.୩୧ ପ୍ରତିଶତ ମତଦାନ ହୋଇଥିଲା। ତେବେ ଓଡ଼ିଶାର ନବରଙ୍ଗପୁର ଲୋକ ସଭା ଆସନରେ ସର୍ବାଧିକ ନୋଟା ମତଦାନ (୩.୮୪%) ଥିଲା। ସେହିପରି ଓଡ଼ିଶାର ଆଦିବାସୀ ବହୁଳ ଅଞ୍ଚଳରେ ଉପକୂଳ ଅଞ୍ଚଳ ଅପେକ୍ଷା ଅଧିକ ନୋଟା ମତଦାନ ହୋଇଥାଏ। ମତଦାନ ହାର ଦେଶରେ କମ୍‌ ଥିବାବେଳେ ନୋଟା ବ୍ୟବସ୍ଥାରେ ଆଉ ୧% ଭୋଟ ହ୍ରାସ ହେଉଛି। କେତେକ ସ୍ଥାନରେ ନୋଟା- ଭୋଟଠାରୁ ଜିତିବା ଓ ହାରିବା ଭୋଟ୍‌ ବ୍ୟବଧାନ କମ୍‌ ରହୁଛି। ତେଣୁ ନୋଟା ବ୍ୟବସ୍ଥା ରହିବ କି ଏହାର ଉଚ୍ଛେଦ ହେବ, ତା’ ଉପରେ ଆଲୋଚନ ହେବା ଆବଶ୍ୟକ।
ମତଦାନ ନ କରିବା ବିଷୟରେ ଆଲୋଚନା ପରେ ଏବେ ଯେଉଁମାନେ ମତଦାନ କରୁଛନ୍ତି ସେମାନେ କିପରି ମତଦାନ କରୁଛନ୍ତି ତାହା ଉପରେ ଆଲୋଚନା କରିବା। ନିର୍ବାଚନରେ ମତଦାନ ଜଣେ ନାଗରିକର ବ୍ୟକ୍ତିଗତ ସାମ୍ବିଧାନିକ ଅଧିକାର। ସେ ଅବାଧ ଓ ମୁକ୍ତ ଭାବେ ମତଦାନ କରିବା ସହିତ ସୁଚିନ୍ତିତ ଭାବେ ମତଦାନ କରିବା ଆବଶ୍ୟକ। କେତେକ ନିର୍ବାଚନମଣ୍ଡଳୀ ଓ କେତେକ ରାଜ୍ୟ ବ୍ୟତୀତ ଦେଶରେ ଆଉ ଡରେଇ ଧମକେଇ ମତଦାନ କରାଯାଉ ନାହିଁ। ବ୍ୟକ୍ତି ଭୋଟ ଦେବାବେଳେ ଲକ୍ଷ୍ୟାମତ୍କ ଭାବରେ ତା’ର, ତା’ ପରିବାର, ତା’ ଗାଁ ଓ ସହର, ତା’ ରାଜ୍ୟ ଓ ଦେଶର କ’ଣ ମୌଳିକ ସମସ୍ୟା ଅଛି ତାହାର ଏକ ସୂଚୀ ପ୍ରସ୍ତୁତ କରି ସେଗୁଡିକୁ କେଉଁ ଦଳ ସମାଧାନ କରିବାରେ ସକ୍ଷମ ହେବ ସେ ବିଷୟ ଭାବି ସେହି ଦଳକୁ ଭୋଟଦେବା କଥା। କିନ୍ତୁ ମତଦାତା ଏସବୁ ବିଶ୍ଳେଷଣ ନ କରି ମତଦାନ କରନ୍ତି।
ଏପରି କି ଜାତିମୁଖିଆ, ଗାଁ ମୁଖିଆ, କ୍ଲବ ମୁଖିଆ, ମହିଳା ସଂଘ ମୁଖିଆଙ୍କ କଥାରେ ପଡ଼ି ସାମୂହିକ ଚାପରେ ଓ ମନ୍ଦିରରେ ନିୟମ କରି ଲୋକେ ଭୋଟଦେବା ଦେଖାଯାଉଛି।
ଅପରପକ୍ଷରେ, ଦଳମାନେ ଗଣମାଧ୍ୟମ ଓ ପ୍ରଚାରତନ୍ତ୍ରା ସାହାଯ୍ୟରେ ନିର୍ବାଚନ ପ୍ରସଙ୍ଗ ସ୍ଥିର କରୁଛନ୍ତି ଓ ତାକୁ ମତଦାତାଙ୍କ ଉପରେ ଲଦି ଦେଉଛନ୍ତି । ଯେଉଁ ପ୍ରସଙ୍ଗ ସହଜ, ଯାହା ବ୍ୟବସ୍ଥାକୁ ବିଶେଷ ପରିବର୍ତ୍ତନ କରିବନି, ଯାହା ଭାବପ୍ରବଣତା ସହ ଜଡ଼ିତ, ସେ ବିଷୟ ସବୁକୁ ନିର୍ବାଚନ ପ୍ରସଙ୍ଗ ଦଳମାନେ କରୁଛନ୍ତି । ଧର୍ମ, ଜାତି, ଲିଙ୍ଗ, ଭାଷା, ଆଞ୍ଚଳିକତା ଇତ୍ୟାଦି ଅପ୍ରସଙ୍ଗକୁ ଦଳମାନେ ପ୍ରସଙ୍ଗ କରିଥାଆନ୍ତି। ତେଣୁ ମତଦାତାମାନେ ଭାବପ୍ରବଣତା ଆଧାରରେ ମତଦାନ କରନ୍ତି।
ସେହିପରି ନିର୍ବାଚନରେ ଭାବପ୍ରବଣତା ମତଦାନର ଆଉ ଏକ କାରଣ ହେଲା ଟଙ୍କା କାରବାର। ନିର୍ବାଚନ କମିଶନ ଏହା ବନ୍ଦ କରିବାରେ ସକ୍ଷମ ହେଉନାହାନ୍ତି। ବ୍ୟକ୍ତିର ସାମାଜିକ ଆଭିମୁଖ୍ୟ ଅପେକ୍ଷା ‘ଆର୍ଥିିକ କ୍ଷମତା’ ଏବେ ଦଳମାନଙ୍କର ପ୍ରାର୍ଥୀ ଚୟନର ଆଧାର ହେଲାଣି। ରାଜନୈତିକ ଦଳମାନେ ମଧ୍ୟ ଇଲେକ୍ଟୋଲାଲ ବଣ୍ଡ ମାଧ୍ୟମରେ ଚାନ୍ଦା ଗ୍ରହଣ ବୃଦ୍ଧି କଲେଣି। ଟଙ୍କା ବହୁଳ ନିର୍ବାଚନରେ ଦଳମାନେ କର୍ପୋରେଟ୍‌ମାନଙ୍କଠାରୁ ନିର୍ବାଚନ ଚାନ୍ଦା ନେବା ଯୋଗୁ ନିର୍ବାଚନ ପରେ ସେମାନଙ୍କୁ ଅଧିକ ବ୍ୟାପାରିକ ସୁବିଧା ଦେଉଛନ୍ତି। ଫଳରେ ଦେଶରେ ଧନୀ-ଦାରିଦ୍ର୍ୟ ତାରତମ୍ୟ ବୃଦ୍ଧିପାଉଛି। ପ୍ରଥମ ପଦକ୍ଷେପ ସ୍ବରୂପ ନାଗରିକମାନେ ଦଳମାନଙ୍କ ଆର୍ଥିିକ ସ୍ଥିତି ଜାଣିବା ପାଇଁ ନିର୍ବାଚନ କମିଶନ ଦଳମାନଙ୍କର ଆୟର ଉତ୍ସକୁ ‘ଆର୍‌ଟିଆଇ ଆଇନ’ ଅଧୀନକୁ ଆଣିବା ଆବଶ୍ୟକ। କେହି କେହି ମଧ୍ୟ ନିର୍ବାଚନରେ କଳାଟଙ୍କା ଖର୍ଚ୍ଚ ରୋକିବା ପାଇଁ ସରକାରଙ୍କ ଦ୍ୱାରା ଦଳମାନଙ୍କର ନିର୍ବାଚନ ଖର୍ଚ୍ଚ ସମ୍ପୂର୍ଣ୍ଣ ବହନ କରିବାକୁ ମତ ଦେଉଛନ୍ତି।
ଅନ୍ୟ ଏକ ଭାବପ୍ରବଣ ମତଦାନର ଉତ୍ସ ହେଲା, ସମାଜର ଗରିବ ଶ୍ରେଣୀ ଓ ପଛୁଆବର୍ଗଙ୍କୁ ମାଗଣା ଦେବା ପାଇଁ ଦଳମାନେ ନିର୍ବାଚନ ପ୍ରତିଶ୍ରୁତି ଦେବା। ଏହା ମାଗଣା ଚାଉଳ, ମାଗଣା ବସ୍‌ ସେବା, ମାଗଣା ବିଦ୍ୟୁତ୍‌ ସେବା, ମାଗଣା ମୋବାଇଲ ଆଦିରେ ପହଞ୍ଚଲାଣି॥ ଆର୍ଥିିକ ଢାଞ୍ଚାରେ ପରିବର୍ତ୍ତନ କରି ଦାରିଦ୍ର୍ୟ ଓ ବେକାରି ଦୂରକରଣ କରିବା ପ୍ରତିଶ୍ରୁତି ଦେବା ଅପେକ୍ଷା ମାଗଣା ବାଣ୍ଟିବା କାର୍ଯ୍ୟ ଅତି ସହଜ ହେଉଥିବାରୁ ରାଜନୈତିକ ଦଳମାନେ ତାହା କରୁଛନ୍ତି। ଲୋକଙ୍କୁ ଏ ଦିଗରେ ସଚେତନ କରିବା ପାଇଁ ନିର୍ବାଚନ କମିଶନର କାମ କରିବା ଆବଶ୍ୟକ।
୨୦୨୪ ସାଧାରଣ ଲୋକ ସଭା ନିର୍ବାଚନ ଆସନ୍ତା ଏପ୍ରିଲ ଓ ମେ’ ମାସରେ ହେବାର ସୂଚନା ରହିଛି। ତେବେ ଏହି ନିର୍ବାଚନରେ ଦେଶର ଆର୍ଥିକ ଢାଞ୍ଚାରେ ପରିବର୍ତ୍ତନ ଉପରେ ବିତର୍କ ନ ହୋଇ ନିର୍ବାଚନ ପ୍ରସଙ୍ଗ ଓବିସି, ଜାତି, ଧର୍ମ, ଜାତୀୟତାବାଦ, ଭ୍ରଷ୍ଟାଚାର ନିବାରଣ ଆଦି ଭାବପ୍ରବଣତା ବିଷୟ ହେବା ଅନୁମାନ କରାଗଲାଣି। ଦେଶରେ ଦାରିଦ୍ର୍ୟ ଓ ବେରୋଜଗାରିର ସମାଧାନ କରିବାକୁ ହେଲେ ୧୯୯୧ରୁ ଦେଶରେ ଚାଲିଥିବା ଉଦାରୀକରଣ-ଜଗତୀକରଣ-ଘରୋଇକରଣ ଆର୍ଥିକ ଢାଞ୍ଚାର ପୁନର୍ଗଠନ ହେବା ଆବଶ୍ୟକ। ଏହା କେନ୍ଦ୍ର ସରକାର କରିପାରିବେ। ଯଦି ନିର୍ବାଚନରେ ଏ ପ୍ରସଙ୍ଗ ନ ରହେ ତେବେ ନିର୍ବାଚନରେ ଯେକୌଣସି ଦଳ କେନ୍ଦ୍ର ସରକାର ଗଢ଼ିଲେ ଗରିବ ଓ ମଧ୍ୟବିତ୍‌ ଶ୍ରେଣୀର ବିଶେଷ ଲାଭ ନ ହେବା ସ୍ପଷ୍ଟ।
ମୋ-୭୦୦୮୨୩୩୭୨୯


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri