ଯାତ୍ରୀବାହୀ ବସ୍‌ ଅକାମୀ ଘୋଷଣା ପ୍ରସଙ୍ଗ : କିଲୋମିଟର ଭିତ୍ତିରେ ହୋଇପାରିବନି ଅକାମୀ

ଭୁବନେଶ୍ୱର,୨୯ା୭(ବ୍ୟୁରୋ) : ରାଜ୍ୟରେ ଚାଲୁଥିବା ଯାତ୍ରୀବାହୀ ବସ୍‌ର କିଲୋମିଟର ଭିତ୍ତିରେ ଏହାକୁ ଅକାମୀ କରାଯିବାର ମୋଟରଯାନ ନିୟମ-୧୯୮୮ରେ କୌଣସି ଆଇନଗତ ବ୍ୟବସ୍ଥା ନାହିଁ। ଖୋଦ୍‌ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ରଖିଥିବା ଉତ୍ତରରୁ ଏହା ଜଣାପଡିଛି। ଗତ ୨୫ତାରିଖରେ କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତିଙ୍କ ଅଣତାରକା ପ୍ରଶ୍ନ ନଂ-୨୦୭୧ର ଉତ୍ତରରେ ମନ୍ତ୍ରୀ ବେହେରା ଉପରୋକ୍ତ ତଥ୍ୟ ଦେଇଛନ୍ତି।
ରାଜ୍ୟରେ ଚାଲୁଥିବା ଯାତ୍ରୀବାହୀ ବସ୍‌ର ସମୟ ସୀମା ଧାର୍ଯ୍ୟ କରିବାର କ୍ଷମତା ମଧ୍ୟ ରାଜ୍ୟ ସରକାରଙ୍କର ନାହିଁ। ଦୀର୍ଘଦିନରୁ ଚଳିଆସୁଥିବା ମୋଟରଯାନ ଆଇନ-୧୯୮୮ର ଧାରା ୫୯ ଅନୁଯାୟୀ ଏହି କ୍ଷମତା କେନ୍ଦ୍ର ସରକାରଙ୍କ ହାତରେ ରହିଥିବା ମନ୍ତ୍ରୀ ଉତ୍ତର ରଖିଛନ୍ତି। ହେଲେ ସେହି ଆଇନର ଧାରା ୫୬ ଅନୁଯାୟୀ, ଯାତ୍ରୀବାହୀ ବସ୍‌ର ଫିଟ୍‌ନେସ୍‌ ଥିବା ଅବଧି ପର୍ଯ୍ୟନ୍ତ ଏହା ଚଳାଚଳ କରିବ ବୋଲି କୁହାଯାଇଛି। ହେଲେ ଏହା କିପରି ଭାବେ ପାଳନ କରାଯାଉଛି, ସେନେଇ କୌଣସି ଉତ୍ତର ରଖାଯାଇନାହିଁ। ଆଞ୍ଚଳିକ ପରିବହନ ଅଧିକାରୀଙ୍କଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ୨୦ ବର୍ଷ ଅତିକ୍ରମ କରିଥିବା ୪୫୫ ବସ୍‌ ଚଳାଚଳ କରୁଛି। ଅନ୍ୟ ରାଜ୍ୟଗୁଡ଼ିକରୁ ୧୬୧ଟି ପୁରୁଣା ଯାତ୍ରୀବାହୀ ବସ୍‌ ଓଡ଼ିଶାରେ ପରିବହନ କରୁଛି। ଏପରି କି ପୁରୁଣା ଯାତ୍ରୀବାହୀ ବସ୍‌ ଚଳାଚଳ ଦ୍ୱାରା ଦୁର୍ଘଟଣା ଘଟିବା ଏକମାତ୍ର କାରଣ ନୁହେଁ ବୋଲି ଉଲ୍ଲେଖ କରାଯାଇଛି। ତେବେ ଅନ୍ୟ ରାଜ୍ୟରେ ଅକାମୀ ଘୋଷିତ ତଥା ରେଜିଷ୍ଟ୍ରେଶନକୁ ବାତିଲ କରାଯାଇଥିବା ଯାତ୍ରୀବାହୀ ବସ୍‌କୁ ଓଡ଼ିଶାରେ ଚଳାଚଳ ଅନୁମତି ପାଇ ନ ଥାଏ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ଅନେକ ସମୟରେ ଘରୋଇ-ସରକାରୀ ବସ୍‌ରେ ମହିଳା ବିରୋଧୀ ନିର୍ଯାତନା ଏବଂ ହିଂସା ଘଟଣା ପଦାକୁ ଆସିଛି। ଦେଶର ରାଜଧାନୀ ଦିଲ୍ଲୀରେ ବସ୍‌ ମଧ୍ୟରେ ନିର୍ଭୟା ବଳାତ୍କାର ଆ ଜି ବି ଜନମାନସରେ ଆକ୍ରୋଶ ସୃଷ୍ଟି କରୁଛି। ତେଣୁ ବିଭିନ୍ନ ଯାତ୍ରୀବାହୀ ବସ୍‌ରେ ସିସିଟିଭି ଲଗାଯିବା ନେଇ ଚଳିତ ବର୍ଷ କେନ୍ଦ୍ର ସରକାର ପ୍ରସ୍ତାବ ଆଣିଥିଲେ। ହେଲେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପରବର୍ତ୍ତୀ ସମୟରେ ନିର୍ଦ୍ଦେଶ ଆସି ନ ଥିବାରୁ ଏ ନେଇ ଓଡ଼ିଶା ସରକାର କୌଣସି ନିର୍ଦ୍ଦେଶନାମା ଜାରି କରି ନ ଥିବା ପରିବହନ ମନ୍ତ୍ରୀ ନିକଟରେ ବିଧାନସଭାରେ ଉତ୍ତର ରଖିଛନ୍ତି। ଗତ ୨୫ରେ ଭାଜପା ସଭ୍ୟ ଶଙ୍କର ଓରାମ୍‌ଙ୍କ ପ୍ରଶ୍ନ ନଂ-୪୮୮ର ଉତ୍ତର ଦେଇ ମନ୍ତ୍ରୀ ଏହି କଥା କହିଛନ୍ତି। ସେହିପରି ବସ୍‌ରେ କୌଣସି ଆନୁଷଙ୍ଗିକ ଯନ୍ତ୍ର ଲଗାଇବାର ନିୟମ କେନ୍ଦ୍ର ସରକାରଙ୍କ ସଡ଼କ ଓ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ପରିସରଭୁକ୍ତ ବୋଲି କୁହାଯାଇଛି। ଅପରପକ୍ଷରେ ରାଜ୍ୟ ବାହାରକୁ ଯାଉଥିବା ସରକାରୀ ବସ୍‌ ସଂଖ୍ୟା ଉତ୍ସାହଜନକ ନୁହେଁ। ୩୮ଟି ସମ୍ପୂର୍ଣ୍ଣ ସରକାରୀ ଏବଂ ୬୫୦ ବେସରକାରୀ ବସ୍‌କୁ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଛତିଶଗଡ଼କୁ ଚଳାଚଳ ପାଇଁ ଅନୁମତି ମିଳିଛି। ସେହିପରି ଓଏସ୍‌ଆର୍‌ଟିସି ଲାଭର ପରିମାଣ ବର୍ଷକୁ ବର୍ଷ ହ୍ରାସ ପାଉଥିବା ବିଭାଗ ପକ୍ଷରୁ ଉତ୍ତର ରଖାଯାଇଛି। ଗତ ୧୮ରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଣତାରକା ପ୍ରଶ୍ନ ନଂ-୧୧୮୯ର ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି। ୨୦୧୪-୧୫ରେ ଓଏସ୍‌ଆର୍‌ଟିସିର ଲାଭ ୫୦୩.୨୨ ଲକ୍ଷ ଟଙ୍କା ରହିଥିଲା। ହେଲେ ୨୦୧୫-୧୬ରେ ଏହା ୫୦୦.୦୭କୁ ହ୍ରାସ ପାଇଲା। ୨୦୧୬-୧୭ ଆର୍ଥିକ ବର୍ଷରେ ଏହା ୨୫୩.୮୨ ଲକ୍ଷରେ ପହଞ୍ଚତ୍ଲା, ଅର୍ଥାତ୍‌ ଗୋଟିଏ ଆର୍ଥିକ ବର୍ଷରେ ଲାଭର ପରିମାଣ ୨୪୬.୨୫ ଲକ୍ଷ ଟଙ୍କା ହ୍ରାସ ପାଇଲା। ଅନୁରୂପ ଭାବେ ଏହା ହ୍ରାସ ପାଇ ୨୦୧୭-୧୮ରେ ଲାଭାଂଶ ୨୬୯.୦୧ ଲକ୍ଷ ଏବଂ ୨୦୧୮-୧୯ରେ ୧୭୮.୨୦ ଲକ୍ଷ ଟଙ୍କାରେ ପହଞ୍ଚତ୍ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯନ୍ତ୍ରୀ, ଠିକାଦାରଙ୍କଠାରୁ ନେଉଥିଲେ…

କୋରାପୁଟ,୨୭ା୯: କୋରାପୁଟ ଜିଲା କୁନ୍ଦୁରା ବ୍ଲକର କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଯନ୍ତ୍ରୀ ଭାନୁମତୀ ଟୁଡୁ ଜଣେ ଠିକାଦାରଙ୍କଠାରୁ ୫ ହଜାର ଟଙ୍କା...

‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ପାଇ ନ ଥିବା ମହିଳାଙ୍କ ପାଇଁ ବଡ଼ ଖବର

ଭୁବନେଶ୍ୱର,୨୭।୯: ‘ସୁଭଦ୍ରା’ ସହାୟତା କିସ୍ତି ଅପେକ୍ଷାରେ ଥିବା ମହିଳାଙ୍କ ପାଇଁ ବଡ଼ ଖବର। କେଉଁ ଦିନ ସୁଭଦ୍ରା ସହାୟତା ମିଳିବ ସେନେଇ ଆଜି ତାରିଖ ଆସିପାରେ।...

ମହାପ୍ରଭୁଙ୍କ ଅବଢ଼ାର ହେବ ମାନ ଯାଞ୍ଚ: ରୋଷ ଘରକୁ ଯାଉଥିବା….

ଭୁବନେଶ୍ୱର,୨୭।୯: ଏଣିକି ଶ୍ରୀମନ୍ଦିରରେ ଅବଢ଼ାର ମାନ ଯାଞ୍ଚ ହେବ । ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ ବୋଲି...

ବିଜେଡି ହାରିବାର ଏହି ବଡ଼ କାରଣ କହିଲେ ପୂର୍ବତନ ବିଧାୟକ, ଭାଜପା ତୁଳନାରେ ବିଜେଡିର…

ଭୁବନେଶ୍ୱର,୨୭ା୯: ନିର୍ବାଚନ ଫଳାଫଳ ଆସିବାର ଇତିମଧ୍ୟରେ ୩ ମାସ ବିତିଗଲାଣି। ୨୪ ବର୍ଷର ବିଜେଡି ଗାଦିକୁ ହଟାଇ ଭାଜପା ପ୍ରଥମଥର ପାଇଁ ରାଜ୍ୟରେ ସରକାର ଗଢିଛି।...

‘ମୋତେ ଗେଟ୍‌ ଆଉଟ୍‌ କହିଥିଲେ ଆଇଆଇସି’

ଭୁବନେଶ୍ୱର,୨୭ା୯: ଲୋକସେବା ଭବନରେ ଶୁକ୍ରବାର ଦୁଇ ଦିନିଆ ଜିଲାପାଳମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଆଜିର ଏହି ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ରାଜଧାନୀକୁ ଛାଡ଼ିଦେଲେ ଅନ୍ୟ ସବୁଠି ସରକାର ହେଉଛନ୍ତି…

ଭୁବନେଶ୍ୱର,୨୭ା୯:  ଲୋକସେବା ଭବନରେ ଶୁକ୍ରବାର ୨ ଦିନିଆ ଜିଲାପାଳ ସମ୍ମିଳନୀ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ ପ୍ରଶାସନକୁ ଲୋକାଭିମୁଖୀ...

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସିଖବର: ଏଣିକି ଚାଉଳ ସହ ମିଳିବ…

ଭୁବନେଶ୍ୱର,୨୭।୯: ଏଣିକି ରାସନରେ ଚାଉଳ ସହ ମିଳିବ ଗହମ। ଓଡ଼ିଶା ସମେତ ୯ ରାଜ୍ୟରେ ଗହମ ମିଳିବ। ଏନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ...

ଜିଦ୍‌ରେ ଅଟଳ ନର୍ସିଂ କର୍ମଚାରୀ: ଆଜିଠୁ ସିରିଞ୍ଜ୍‌ ଛାଡ଼ ଆନ୍ଦୋଳନ

ଭୁବନେଶ୍ୱର, ୨୭ା୯(ବନ୍ଦନା ସେଠୀ):୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri