ନୂଆଦିଲ୍ଲୀ,୧୬।୬: ରାଜଧାନୀ ଦିଲ୍ଲୀରେ ଥିବା ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନସେସ୍ (ଏଆଇଆଇଏମ୍ଏସ୍)ରବିବାର ସକାଳୁ ଏକ ଯୋଗ କର୍ମଶାଳାର ଅୟୋଜନ କରିଥିଲା। ଆସନ୍ତା ୨୧ ତାରିଖରେ ୫ମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସକୁ ଆଖି ଆଗରେ ରଖି ଏହି କର୍ମଶାଳାର ଆୟୋଜନ କରାଯାଇଥିଲା। ସେଣ୍ଟର ଫର୍ ଇଣ୍ଟିଗ୍ରେଟିଭ୍ ମେଡିସିନ୍ ଆଣ୍ଡ ରିସର୍ଚ୍ଚ (ସିଆଇଏମ୍ଆର୍)ପକ୍ଷରୁ ଏହା ଆୟୋଜନ କରାଯାଇଥିଲା। ଆସନ୍ତା ସପ୍ତାହରେ ସବୁ ବିଭାଗରେ ଏହା ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହାସହ ଆସନ୍ତା ୨୧ରେ ଏମ୍ସର ସମସ୍ତ ସଦସ୍ୟ ଯୋଗ ଅଭ୍ୟାସ କରିବେ ବୋଲି ଏହାର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ ସୂଚନା ଦେଇଛନ୍ତି।