ଲକ୍‌ଡାଉନ୍‌ ସତ୍ତ୍ୱେ ମାନିଲେନି

ଭୁବନେଶ୍ୱର,୨୪।୩(ବ୍ୟୁରୋ)/ ପୁରୀ ଅଫିସ/ ଖୋର୍ଦ୍ଧା ଅଫିସ/କଟକ ଅଫିସ୍‌: କରୋନାକୁ ପରାଜିତ କରିବାକୁ ହେଲେ ଲୋକଙ୍କ ମଧ୍ୟରେ ସଚେତନତା ଆବଶ୍ୟକ। ବାହାରେ ନୁହେଁ, ଲୋକେ ଘରେ ରହି ହିଁ ଲଢ଼େଇ କଲେ ଘାତକ ଭାଇରସ୍‌ କୋଭିଡ୍‌-୧୯କୁ ହରାଇ ହେବ। ଏକମାତ୍ର ମହୌଷଧି ସଚେତନତା ଓ ସତର୍କତା ଉପରେ ସରକାର ସବୁପ୍ରକାୟ ପ୍ରୟାସ ଜାରି ରଖିଛନ୍ତି। ରବିବାର ରାଜ୍ୟ ବ୍ୟାପୀ ‘ଜନତା କର୍ଫ୍ୟୁ’ ସହ ୫ ଜିଲା ଓ ୮ ସହରକୁ ‘ଲକ୍‌ଡାଉନ୍‌’ ଘୋଷଣା କରାଯାଇଥିଲା। ସୋମବାର ସରକାର ଲକ୍‌ଡାଉନ୍‌ ପରିସୀମା ୧୪ ଜିଲାକୁ ବଢ଼ାଇଛନ୍ତି। ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରାଯାଇଥିବାବେଳେ ପୋଲିସ ଯାଞ୍ଚକୁ କଡାକଡି କରିଛି। ହେଲେ ରାଜଧାନୀ ସମତେ ବିଭିନ୍ନ ସହରରେ ଲୋକେ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଥିଲା। ଭୁବନେଶ୍ୱରରେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ଜୋନ୍‌ ଏସିପି, ଥାନାଧିକାରୀ ଓ ଅନ୍ୟ ପୋଲିସ ଅଧିକାରୀ ପ୍ରତିଛକକୁ ଯାଇ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଥିଲେ। ହେଲେ ବହୁ ଲୋକ ଲକ୍‌ଡାଉନ୍‌କୁ ମାନି ନ ଥିଲେ। କୌଣସି କାମ ନ ଥାଇ ଏକାଧିକ ଲୋକେ କାର୍‌, ବାଇକ ଧରି ରାସ୍ତାରେ ପଇଁତରା ମାରୁଥିଲେ। ଅଯଥାରେ ବିଭିନ୍ନ ଛକରେ ଭିଡ଼ ଜମାଉଥିଲେ। ପୋଲିସ ସେମାନଙ୍କୁ ଅଟକାଇ ତାଗିଦ ସହ ସଚେତନ ରହିବାକୁ ବୁଝାଉଥିଲେ। ହେଲେ ସେମାନେ ନାନା ବାହାନା ଦେଖାଇ ଖସିବାକୁ ଚେଷ୍ଟା କରିଥିଲେ। କିଏ ଔଷଧ ପାଇଁ ତ ଆଉ କିଏ ମେଡିକାଲ କଥା କହୁଥିଲେ। ବହୁ ଲୋକ ଖାଇବା ଓ ଅନ୍ୟ ସ୍ଥାନରେ ରହିଯାଇଥିବା ମଧ୍ୟ କହିଥିଲେ। ପୁଣି କେତେକ ଲୋକ କାଲିଠାରୁ ଆଉ ନ ବୁଲିବାକୁ କହି ଚାଲିଯାଉଥିଲେ। ଏହାକୁ ନେଇ କେତେକ ସ୍ଥାନରେ ପୋଲିସ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା। ଆଉ କେତେକ ସ୍ଥାନରେ ପୋଲିସ ଗାଡ଼ି ଚାବି ଛଡ଼ାଇ ନେବାକୁ ବାଧ୍ୟ ହେଉଥିଲା। ହେଲେ ଗହଳି ହେବାରୁ ସେମାନଙ୍କୁ ଛାଡିଦେଉଥିଲା। ସେହିପରି ପୁରୀ ଓ ଖୋର୍ଦ୍ଧାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା।
ଅନ୍ୟପକ୍ଷରେ ଭୁବନେଶ୍ୱର ସମେତ ପୁରୀ, ଖୋର୍ଦ୍ଧା ଓ ଅନ୍ୟ ସହର ତଥା ଗ୍ରାମାଞ୍ଚଳରେ ପରିବାର ମାର୍କେଟ ଏବଂ ଦୋକାନରେ ପ୍ରବଳ ଭିଡ଼ ଲାଗିଥିଲା। କୌଣସି ଦୋକାନରେ ସାମାଜିକ ଦୂରତ୍ୱ ନ ଥିଲା। ପୁରୀରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ସିଟି ଡିଏସ୍‌ପି କ୍ଷୀରସାଗର ନାୟକ, ଟ୍ରାଫିକ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାଶ ପ୍ରମୁଖ ବଡ଼ଶଙ୍ଖ ପରିବା ମାର୍କେଟରେ ପହଞ୍ଚତ୍ ବ୍ୟବସାୟୀ ଓ ଗ୍ରାହକଙ୍କୁ ସଚେତନ କରିଥିଲେ।

ଗଳି ରାସ୍ତାରେ ଖସିଲେ, ଲୁଚି ବୁଲିଲେ ଉଲ୍ଲଂଘନକାରୀ
ଲକ୍‌ଡାଉନ୍‌କୁ ନେଇ ଅନେକ ଲୋକେ ସଚେତନ ନୁହନ୍ତି। ସେମାନେ ନିଜ ଜୀବନକୁ ବାଜିରେ ଲଗାଇବା ସହ ସମାଜରେ ରହୁଥିବା ଅନେକ ଲୋକଙ୍କ ଜୀବନକୁ ବିପଦରେ ପକାଉଛନ୍ତି। ସେମାନେ ଖୁଲମଖୁଲା ନିୟମ ଓ ନିର୍ଦ୍ଦେଶକୁ ଉଲ୍ଲଂଘନକରି ପୁଣି ବିନା ହେଲମେଟ୍‌ରେ ବୁଲୁଥିଲେ। ଆଗରେ ପୋଲିସ ଅଟକାଉଥିବା ଦେଖିଲେ ସାହି ଓ ଗଳିବାଟ ଦେଇ ଖସିଯିବା ସହ ଲୁଚି ଲୁଚି ଯାଇ ସିଗାରେଟ, ଗୁଟ୍‌ଖା ପାଇଁ ଡହଳବିକଳ ହେଉଥିଲେ।
ଯାଞ୍ଚ କରୁଥିବା ପୋଲିସ ବି ଅସୁରକ୍ଷିତ
ପୋଲିସ ରାଜଧାନୀର ବିଭିନ୍ନ ଛକକୁ ନାକାବନ୍ଦୀ କରି ଯାଞ୍ଚ କରୁଛି। ହେଲେ ଅଧିକାଂଶ ପୋଲିସ କୌଣସି ମାସ୍କ କିମ୍ବା ଅନ୍ୟ ସୁରକ୍ଷା ସାମଗ୍ରୀ ବ୍ୟବହାର କରୁ ନ ଥିବା ଦେଖାଯାଇଛି। ସୋମନେ ଖାଲି ହାତରେ ଲୋକଙ୍କ ଗାଡି ଚାବି ଧରିବା ସହ ପରିଚୟପତ୍ର ଯାଞ୍ଚ କରୁଥିଲେ। ଯଦି କୌଣସି ପରିଚୟପତ୍ର ବା ଗାଡ଼ି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଥିବ ନିଶ୍ଚିତ ତାହା ପୋଲିସକୁ ସଂକ୍ରମିତ ହେବାର ସମ୍ଭାବନା ରହିଛି। ତେଣୁ ଏହାକୁ ନେଇ ମଧ୍ୟ ପୋଲିସ କମିଶନର ଯାଞ୍ଚ କରୁଥିବା ଅଧିକାରୀମାନଙ୍କୁ ତାଗିଦ କରିଥିଲେ। କୌଣସି କାଗଜପତ୍ର, ଗାଡିକୁ ନ ଛୁଇଁବା ପାଇଁ ଥାନା ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କ୍ରିକେଟ ଖେଳ ବନ୍ଦ କଲେ ପୋଲିସ କମିଶନର
ଏଭଳି ଜୀବନମରଣ ସମୟରେ କେତେଜଣ ଯୁବକ କ୍ରିକେଟ ଖେଳୁଛନ୍ତି। ପୋଲିସ କମିଶନର ସହରର ସ୍ଥିତି ଅନୁଧ୍ୟାନ କରିବା ସମୟରେ ଏଭଳି ଦୃଶ୍ୟ ନଜରକୁ ଆସିଥିଲା। ତେଣୁ ସେ ଖେଳୁଥିବା ପିଲାଙ୍କୁ ତାଗିଦ କରିବା ସହ ଖେଳ ବନ୍ଦ କରିଥିଲେ। ଯଦି କୌଣସି ପିଲା ଏକାଠି ହୋଇ ଅନ୍ୟ କୌଣସି ଖେଳ ଖେଳନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ବର,୨୯।୧୧: ଭୁବନେଶ୍ୱରରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ସ୍ବତନ୍ତ୍ର ବିମାନ ଯୋଗେ ଆସି ଶାହା ପହଞ୍ଚିଛନ୍ତି। ଡିଜିପି/ଆଇଜିପି ସମ୍ମିଳନୀରେ ଯୋଗ ଦେଇ ସ୍ବରାଷ୍ଟ୍ର ମନ୍ତ୍ରୀ...

ଭୁବନେଶ୍ବରରେ ପହଞ୍ଚିଲେ ଏନ୍‌ଏସ୍‌ଏ ଅଜିତ ଡୋଭାଲ

ଭୁବନେଶ୍ୱର,୨୯ା୧୧: ସର୍ବଭାରତୀୟ ୫୯ତମ ଡିଜି-ଆଇଜି ସମ୍ମିଳନୀ ଭୁବନେଶ୍ୱରରେ ଶୁକ୍ରବାର ଆରମ୍ଭ ହୋଇ ଡିସେମ୍ବର ୧ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବ। ଏଥିରେ ଯୋଗଦେବା ପାଇଁ...

ଶନିବାର ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ଫେଙ୍ଗଲ’: ୧୨ ଜିଲାକୁ ୱାର୍ନିଂ

ଭୁବନେଶ୍ୱର,୨୯।୧୧: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ଶୁକ୍ରବାର ବାତ୍ୟାର ରୂପ ନେବ। ଏହା ପ୍ରଭାବରେ ତାମିଲନାଡ଼ୁରେ ପ୍ରବଳ ବର୍ଷା ହେଉଥିବା...

ଧାନଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ପୋଡ଼ି ପାଉଁଶ ହେଲା ୫୦ କ୍ୱିଣ୍ଟାଲରୁ ଅଧିକ ଧାନ

କେସିଙ୍ଗା,୨୯ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ପଞ୍ଚାୟତ ଅନ୍ତର୍ଗତ ତହର୍ଶି ଗ୍ରାମର ଜନ୍ମସି ନାଏକଙ୍କ ଧାନଗଦାରେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବାରୁ ପ୍ରାୟ...

ଘରେ ପଶି ଯୁବକଙ୍କୁ ଗୁଳିମାଡ଼

ଅନୁଗୋଳ,୨୯।୧୧: ଅନୁଗୋଳ ଜିଲା ବାଗଡ଼ିଆ ଥାନା ବାଗଡିଆ ଗାଁରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଜଣେ ବ୍ୟକ୍ତି ଘର ଭିତରେ ପଶି ଯୁବକଙ୍କୁ ଗୁଳିମାଡ଼ କରିଛନ୍ତି।...

୩ ଦିନ ପାଇଁ ମୋ’ ବସ୍‌ କଟକଣା: ଏସବୁ ରାସ୍ତା ଦେଇ ଯିବା ମନା

ଭୁବନେଶ୍ୱର,୨୯ା୧୧: ଶୁକ୍ରବାରଠାରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା...

ପୁଣି ବଢିବ ଆଳୁ ଦର! ଯୋଗାଣ ମନ୍ତ୍ରୀ କହିଲେ ଭାଇ ଚିଠି ଲେଖିଥିବାରୁ…

ଭୁବନେଶ୍ବର,୨୯।୧୧: ଓଡ଼ିଶା ସମେତ ଭିନ୍ନ ରାଜ୍ୟକୁ ଆଳୁ ରପ୍ତାନି ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଅଙ୍କୁଶ ଲଗାଇଛନ୍ତି। ନିଜ ରାଜ୍ୟରେ ଆଳୁ ଓ...

ରାଜଧାନୀରେ ଶିଶୁକନ୍ୟା ଅଲୋଡ଼ା, ବସ୍ତି ପାଖରେ ଛାଡ଼ି ଚାଲିଗଲେ…

ଭୁବନେଶ୍ୱର,୨୯ା୧୧: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ୧ ନମ୍ବର ଆରଟିଓ ନିକଟ ବସ୍ତି ପାଖରେ ଏକ ଶିଶୁକନ୍ୟାକୁ କେହି ଛାଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri