ଲକ୍ଷ୍ନୌ, ୨୬।୬: ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଉତ୍ତରାଖଣ୍ଡ ସରକାରର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଅରବିନ୍ଦ ପାଣ୍ଡେଙ୍କ ପୁଅ ଅଙ୍କୁର। ଏକ ବିବାହ ଭୋଜି ସାରି ଫେରୁଥିବାବେଳେ ବୁଧବାର ଭୋରରୁ ଉତ୍ତର ପ୍ରଦେଶର ଫରିଦପୁର ପାଖରେ ଅଙ୍କୁରଙ୍କ କାର୍ ଏକ ଟ୍ରକ୍ ସହ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ଅଙ୍କୁରଙ୍କ ସମେତ ଅନ୍ୟ ତିନିଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା।