କୋଲକାତା,୨୪।୧୦: ପଶ୍ଚିମବଙ୍ଗର କୋଚ ବେହାରଠାରେ କାଳୀ ପୂଜା ପାଇଁ ସ୍ଥାପିତ ହୋଇଥିବା ପୂଜା ତୋରଣ ପ୍ରବଳ ପବନ ଯୋଗୁଁ ଭୁଶୁଡି ପଡିଛି। ସମ୍ଭାବ୍ୟ ବାତ୍ୟା ସିତ୍ରାଙ୍ଗ ପ୍ରଭାବରେ ସୋମବାର ସକାଳୁ କୋଚ ବେହାରରେ ହାଲୁକା ବର୍ଷା ହୋଇଥିବା ସୂଚନା ମିଳିଛି। ଏହାପରେ ଅପରାହ୍ନରେ ପ୍ରବଳ ପବନ ହୋଇଥିଲା। ଯାହା ଫଳରେ ପୂଜା ତୋରଣଭୁଶୁଡି ପଡିଥିଲା। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ସିତ୍ରାଙ୍ଗ ଗୋଟିଏ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଫଳରେ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ଆଇଏମଡି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।ଏହାସହ ଦକ୍ଷିଣ ବେଙ୍ଗଲ ଜିଲାର ଏକାଧିକ ଅଞ୍ଚଳରେ ଆସନ୍ତା କିଛି ଦିନ ମଧ୍ୟରେ ବଜ୍ରପାତ ସହିତ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ମିଳିଛି।