ଖୋର୍ଦ୍ଧା ଅଫିସ, ୨୫।୧୦: ଖୋର୍ଦ୍ଧା ଜିଲା ଆଦର୍ଶ ଥାନା ଅନ୍ତର୍ଗତ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ବେଗୁନିଆ ବ୍ଲକ ସିମୋର ଅଞ୍ଚଳର ପ୍ରମୋଦ ଭୋଳ ନାମକ ହୋମଗାର୍ଡଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବାବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ ମୃତଦେହ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛି।