ନୂଆଦିଲ୍ଲୀ, ୧୮ା୧ (ପି.ଟି.): ଭାରତ ପାଇଁ ଏସ୍-୪୦୦ କ୍ଷେପଣାସ୍ତ୍ର ସିଷ୍ଟମ୍ ନିର୍ମାଣ ଆରମ୍ଭ କରିଛି ରୁଷିଆ। ୨୦୨୫ ସୁଦ୍ଧା ଏହା ଭାରତକୁ ମିଳିଯିବ ବୋଲି ରୁଷିଆ ମିଶନର ଉପମୁଖ୍ୟ ରୋମାନ ବାବୁସ୍କିନ୍ କହିଛନ୍ତି। ସେହିପରି ଭାରତ ପାଇଁ ବହୁମୁଖି ହାଲୁକା ଲଢ଼ୁଆ ହେଲିକପ୍ଟର କାମୋଭ ଦୁଇଦେଶ ମିଳିତ ଭାବେ ଉତ୍ପାଦନ କରିବେ। ଏଥିପାଇଁ ଖୁବ୍ଶୀଘ୍ର ଚୁକ୍ତିନାମା ଚୂଡ଼ାନ୍ତ ହେବ ବୋଲି ସେ କହିଛନ୍ତି। ରୁଷିଆ ରାଷ୍ଟ୍ରଦୂତ ନିକୋଲାଇ କୁଡାଶେଭ୍ଙ୍କ ସହ ମିଳିତ ଖବରଦାତା ସମ୍ମିଳନୀରେ ବାବୁସ୍କିନ୍ କହିଥିଲେ, ଭାରତକୁ ମିଳିବାକୁ ଥିବା ୫୦୦୦ କଲାଶନିକୋଭ ରାଇଫଲର ପ୍ରଥମ ବ୍ୟାଚ୍ ଚଳିତ ବର୍ଷ ପହଞ୍ଚତ୍ବ। ରୁଷିଆରୁ ଏସ୍-୪୦୦ କ୍ଷେପଣାସ୍ତ୍ର କିଣିବା ପାଇଁ ଭାରତ ୨୦୧୮ ଅକ୍ଟୋବରରେ ୫ ବିଲିୟନ ଡଲାର ରାଜିନାମା ସ୍ବାକ୍ଷର କରିଥିଲା।