ନୂଆଦିଲ୍ଲୀ,୨୮।୭: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ୩ ଆଫ୍ରିକୀୟ ଦେଶ ଗସ୍ତରେ ବାହାରିଛନ୍ତି। ରାଷ୍ଟ୍ରପତି ବେନିନ୍, ଜାମ୍ବିଆ ଏବଂ ଗ୍ୟୁନିଆ ଆଦି ରାଷ୍ଟ୍ର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଭାରତ ସହିତ ଏସବୁ ରାଷ୍ଟ୍ର ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବୃଦ୍ଧି ପାଇଁ ରାଷ୍ଟ୍ରପତିଙ୍କ ଗସ୍ତ ମାଧ୍ୟମରେ ସମ୍ଭବ ହେବ ବୋଲି କୁହାଯାଉଛି। ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ କୋବିନ୍ଦ ପଶ୍ଚିମ ଆଫ୍ରିକୀୟ ଦେଶକୁ ଗସ୍ତ କରିଛନ୍ତି। ତାଙ୍କ ସହିତ ଏମ୍ଏସ୍ଏମ୍ଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ଏମ୍ପି ଦିଲୀପ୍ ଘୋଷ ମଧ୍ୟ ଗସ୍ତରେ ସାମିଲ୍ ଅଛନ୍ତି।