Categories: ଜାତୀୟ

ଅଧ୍ୟକ୍ଷ ପଦ ପାଇଁ ମନା କଲେ ଦିଗ୍‌ବିଜୟ

ଭୋପାଳ,୩୧।୮: କଂଗ୍ରେସରେ ଏବେ ଅଧ୍ୟକ୍ଷ ପଦକୁ ନେଇ ଆଶା ଆଶଙ୍କା ଲାଗି ରହିଥିବା ବେଳେ ମଧ୍ୟପ୍ରଦେଶ କଂଗ୍ରେସରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ଏବେ ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ କାହା ହାତକୁ ଯିବ ତାକୁ ନେଇ ଚାଲିଛି ଅଙ୍କକଷା। ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ରେସ୍‌ରେ କେତେଜଣ ନାମୀ ରାଜନେତାଙ୍କ ନାଁ ରହିଛି। ହେଲେ ପିପିସିର ସଭାପତି ହେବାକୁ ଇତିମଧ୍ୟରେ କୁଆଡେ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ସଫା ସଫା ମନା କରି ଦେଇଛନ୍ତି। ସେ କହିଛନ୍ତି ଏବେ ମୁଖ୍ୟମନ୍ତ୍ରୀ କମଲନାଥ ପିସିସି ମୁଖ୍ୟ ରହିଛନ୍ତି ତେଣୁ ଏହି ପଦ ଖାଲି ନାହିଁ। ଅନ୍ୟପଟେ ଏହି ପଦବୀକୁ ନେଇ ଜ୍ୟୋତିରାଦିତ୍ୟ ସିନ୍ଧିଆ କୁଆଡେ ନାରାଜ ଥିବା ଆଲୋଚନା ହେଉଥିଲା। ହେଲେ ଦିଗ୍‌ବିଜୟ କହିଛନ୍ତି ସେ ସିନ୍ଧିଆଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ସିନ୍ଧିଆ ଆଦୌ କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ନାରାଜ ନାହାଁନ୍ତି ବୋଲି ସେ କହିଛନ୍ତି।

Share