ନୂଆଦିଲ୍ଲୀ,୨୧।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଲକ୍ଡାଉନ୍ ଜାରି କରାଯାଇଛି। ଏପରିସ୍ଥଳେ ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ଜୁନ୍ ୧ଠାରୁ ୨୦୦ ପାସେଞ୍ଜର ଟ୍ରେନ୍ ଚଳାଚଳ ଲାଗି ଘୋଷଣା କରାଯାଇଛି। ଘୋଷଣା ଅନୁସାରେ ଗୁରୁବାର ଅନ୍ଲାଇନ୍ରେ ଟିକଟ ବିକ୍ରି ୧୦ଟି ଓ୍ବେବସାଇଟ୍ ମାଧ୍ୟମରେ ଆରମ୍ଭ ହୋଇଛି। ବିକ୍ରି ଆରମ୍ଭ ହେବାର ଅଢ଼େଇ ଘଣ୍ଟା ମଧ୍ୟରେ ୪ ଲକ୍ଷ ଟିକଟ ବୁକିଂ ହୋଇଥିବା ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଟୁଇଟ୍ କରି ସୂଚନା ଦେଇଛନ୍ତି।
Posted inକରୋନା ଭାଇରସ୍, ବାଣିଜ୍ୟ