ବରଗଡ଼ ଅଫିସ୍,୧।୪-କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍ ଡାଉନ୍ କଟକଣା ଲାଗୁ କରାଯାଇଛି । ଏହି ପରିସ୍ଥିତିରେ ଅସହାୟ ପରିବାର ଲୋକେ ଭୋକଶୋଷର ସମ୍ମୁଖୀନ ହୋଇଛନ୍ତି । ଏହାକୁ ହୃଦୟଙ୍ଗମ କରି ବରଗଡ଼ର ହୋଟେଲ ଗଣପତି ପକ୍ଷରୁ ସ୍ଥାନୀୟ ପୋଲିସ ସହାୟତାରେ ଅସହାୟ ଲୋକଙ୍କୁ ମାଗଣାରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି । ସହରର ବିଭିନ୍ନ ସ୍ଥାନକୁ ଏକ ଗାଡ଼ିରେ ରନ୍ଧାଖାଦ୍ୟ ଧରି ହୋଟେଲ ଗଣପତିର କର୍ମଚାରୀମାନେ ପହଞ୍ଚି ସେଠାକାର ଅସହାୟ ପରିବାର ଲୋକଙ୍କୁ ତାହା ପ୍ରଦାନ କରିଥିଲେ।