ଆଦିତ୍ୟଙ୍କୁ ଛାଡ଼ି ଛୁଟି ମନାଇବାକୁ ବାହାରିଲେ ନେହା କକ୍କର

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ଆଜିକାଲି ରିଲାକ୍ସ ମୁଡ୍‌ରେ। ଇଣ୍ଡିଆନ୍‌ ଆଇଡଲ୍‌ରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟଙ୍କ ସହ ବିବାହ ଡ୍ରାମା ପରେ ଏବେ ଏକୁଟିଆ ଛୁଟି ମନାଇବାକୁ ବାହାରିଛନ୍ତି।

ଏହି ସମୟର କିଛି ଫଟୋ ନେହା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ଏଥିରେ କ୍ୟାପ୍‌ଶନ ଲେଖିଛନ୍ତି, ‘ହାପିଏଷ୍ଟ ଅନ୍‌ ଭ୍ୟାକେସନ୍‌’। ଛୁଟିକୁ ନେଇ ବହୁତ ଖୁସି। ଆଉ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ବହୁତ ଭଲ ଦିନ। ଏହି ଫଟୋରେ ନେହା ସତରେ ବହୁତ ଖୁସି ବି ଜଣାପଡୁଛନ୍ତି। ନେହା ଏକା ଏକା ଛୁଟିକୁ ବେଶ୍‌ ମନଭରି ଉପଭୋଗ କରୁଥିବା ନଜର ଆସିଛନ୍ତି।


କିଛିଦିନ ତଳେ ନେହା-ଆଦିତ୍ୟଙ୍କ ବିବାହକୁ ନେଇ ବେଶ୍‌ ଚର୍ଚ୍ଚା ହେଉଥିଲା। ଇଣ୍ଡିଆନ୍‌ ଆଇଡଲ୍‌ ଶୋ’ରେ ନେହା ଜଜ୍‌ ଭୂମିକାରେ ଥିବାବେଳେ ଆଦିତ୍ୟ ଶୋ’ର ହୋଷ୍ଟ କରୁଥିଲେ। ଏହି ଶୋ’ରେ ହିଁ ଦୁଇଜଣଙ୍କ ବିବାହ କଥା ଉଠିଥିଲା। ଏପରିକି ଉଦିତ୍‌ ନାରାୟଣ ନେହାଙ୍କୁ ବୋହୂ କରିନେବେ ବୋଲି କହିଥିଲେ। କିନ୍ତୁ ଶେଷରେ ଜଣାପଡ଼ିଥିଲା ଏହାସବୁ ଡ୍ରାମା ଥିଲା।

Share