ଏଡିଆର୍‌ଆଇରେ ହେବ କରୋନା ପରୀକ୍ଷା

କଟକ ଅଫିସ୍‌,୧।୫: କଟକ ଫୁଲନଖରାସ୍ଥିତ ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନ(ଏଡିଆର୍‌ଆଇ)ରେ କରୋନା ଭୂତାଣୁ ପରୀକ୍ଷା କରାଯିବ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗକୁ ସହଯୋଗ କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି। ଗୁରୁବାର ରାଜ୍ୟ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଏହା ଘୋଷଣା କରାଯାଇଛି। ଏଥି ପାଇଁ ୫ଜଣ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେମାନେ ହେଲେ ଖୋର୍ଦ୍ଧା ଏସ୍‌ଡିଭିଓ ଡା.ମିହିର କୁମାର ନାୟକ, ଖୋର୍ଦ୍ଧା ଭିଏଏସ୍‌(ଏମ୍‌ଭିୟୁ) ଡା. ବୀରେନ୍ଦ୍ର କୁମାର ପୃଷ୍ଟି, କଳାହାଣ୍ଡି ଏଭିଏଏସ୍‌ ଡା. ଅମିତ ରଞ୍ଜନ ସାହୁ, ମାଲକାନଗିରି ଏଭିଏଏସ୍‌ ଡା. ସୁବାସ ଜେନା ଏବଂ ନବରଙ୍ଗପୁର ଏଡିଭିଓ(ଏଲ୍‌ପି) ଡା. ସୁନିଲ କୁମାର ପ୍ରଧାନ।

Share