Categories: ଜାତୀୟ

ଏଥର କାଶୀରେ ନିଜର ୬୯ ତମ ଜନ୍ମଦିନ ପାଳିବେ ମୋଦି

ନୂଆଦିଲ୍ଲୀ,୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ତାଙ୍କର ୬୯ ତମ ଜନ୍ମଦିନ ତାଙ୍କ ସଂସଦୀୟ ନିବଚନ ମଣ୍ଡଳୀ ବାରାଣସିର କାଶୀରେ ପାଳନ କରିବେ ବୋଲି ଜଣାପଡିଛି। ୧୭ ଡିସେମ୍ବରରେ ମୋଦି ପ୍ରଥମେ ଗୁଜରାଟରେ ତାଙ୍କ ମା’ଙ୍କ ଆଶୀର୍ବାଦ ନେବା ପରେ ବାରାଣସୀ ପହଞ୍ଚିବେ ବୋଲି ଜଣାପଡିଛି। ଏହିଦିନ ସମ୍ପୂର୍ଣ୍ଣ କାଶୀକୁ ସଜାଇ ଦିଆଯିବ ବୋଲି ଜଣାପଡିଛି। ଏହି ଦିବସକୁ ସେବା ଦିବସ ଭାବେ ପାଳନ କରାଯିବ। ତେବେ ଏହିଦିନ ଆଉ କ’ଣ କ’ଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଏଥର ମୋଦିଙ୍କ ଜନ୍ମଦିନ ‘ଫିଟ୍‌ ଇଣ୍ଡିଆ’ ଥିମ୍‌ ଉପରେ ପାଳନ କରାଯିବାକୁ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ସେପ୍ଟେମ୍ବର ୧୩ରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ପ୍ରକାଶ।

Share