କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର : ୪ ସହପାଠୀ ଛାତ୍ର ଅଟକ, ପୋଲିସ ତନାଘନା

ସୁନ୍ଦରଗଡ଼, ୧୬।୭ (ଡି.ଏନ୍‌.ଏ.) -ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଅଞ୍ଚଳରେ ଥିବା ଏକ କଲେଜର ଜଣେ ଯୁକ୍ତ ୩ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସୋମବାର ଅପରାହ୍ନ ସାଢେ ୪ଟାରେ ସୁନ୍ଦରଗଡ଼ ସଦର ଥାନାରେ ଛାତ୍ରୀ ଅଭିଯୋଗ କରିଛନ୍ତି। ପରେ ପୋଲିସ ଏକ ମାମଲା (ନଂ.୧୨୫/୨୦୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସନ୍ଧ୍ୟାରେ ପୋଲିସ ୪ଜଣ ଛାତ୍ରଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ମଙ୍ଗଳବାର ପୀଡିତା ଛାତ୍ରୀ ଓ ଅଭିଯୁକ୍ତ ଛାତ୍ରମାନଙ୍କ ଡାକ୍ତରୀମାଇନା କରାଯିବ।
ଗତ ୨୬ତାରିଖରେ ଛାତ୍ରୀ ଜଣକ ନିଜ ସହପାଠୀ ଛାତ୍ରଙ୍କ ସହ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ଅପରାହ୍ନ ସାଢେ ୪ଟାରୁ ୫ଟା ମଧ୍ୟରେ କିଞ୍ଜିରିକେଲା -ସୁନ୍ଦରଗଡ଼ ରାସ୍ତାର ଅଲେଇକେରା ଜଙ୍ଗଲ ମଧ୍ୟରେ ସହପାଠୀ ଛାତ୍ର ତାଙ୍କୁ ବଳାତ୍କାର କରିଥିଲେ। ପରେ ଅନ୍ୟ ୪ ଛାତ୍ର ପହଞ୍ଚି ବଳାତ୍କାର କରିଥିଲେ। ଘଟଣା ପରେ ଛାତ୍ରୀ ଜଣକ ଭୟଭୀତ ହୋଇପଡିଥିଲେ। ଏ ସମ୍ପର୍କରେ କାହାକୁ ଜଣାଇ ନ ଥିଲେ। ବାପ ଛେଉଣ୍ଡ ଏହି ଛାତ୍ରୀ ଜଣକ ବିଳମ୍ବରେ ଘରେ ସବୁ କଥା କହିବା ପରେ ଏହି ଘଟଣା ଥାନାକୁ ଆସିଥିଲା ା

Share