କାଉଡ଼ିଆଙ୍କ ବୋଲବମ୍‌ ଶବ୍ଦରେ କମ୍ପିଲା ବୁଦ୍ଧେଶ୍ୱର

ଭୁବନ, ୨୨।୭(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ଭୁବନ ବୁଦ୍ଧେଶର ଶୈବପୀଠରେ ଶ୍ରାବଣ ମାସର ପ୍ରଥମ ସୋମବାର ଜଳଲାଗି ପାଇଁ ୧୦ ହଜାରରୁ ଉଦ୍ଧର୍‌ବ କାଉଡ଼ିଆଙ୍କ ସମାଗମ ହୋଇଥିଲା। ମନ୍ଦିରର ଦକ୍ଷିଣ ଦିଗରେ ବହି ଯାଇଥିବା ବ୍ରାହ୍ମଣୀନଦୀରେ କାଉଡ଼ିଆମାନେ ପୂଜାର୍ଚ୍ଚନା କରି ସଙ୍କୀର୍ତ୍ତନ କରିବା ସହିତ ସହର ପରିକ୍ରମା କରିଥିଲେ। ଭୋର ୪.୩୦ ମିନିଟରେ ପ୍ରଥମ ପୂଜା କରାଯାଇଥିଲା। ପରେ କାଉଡ଼ିଆ ମାନେ ଜଳଲାଗି କରିଥିଲେ। ହଜାର ହଜାର କାଉଡ଼ିଆ ବୋଲବମ ହର ହର ବମ୍‌ ନାରା ଦେଇ ପରିସରକୁ ଉତ୍ସବ ମୁଖର କରିଥିଲେ। ଶାନ୍ତି ଶୃଙ୍ଖଳାର ସହ ଜଳଲାଗି କରିଥିଲେ। ମନ୍ଦିରର ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା, ସତ୍ୟସାଇ ସେବା ସମିତି ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେବାକାର୍ଯ୍ୟ କରାଯାଇଥିଲା ।