ନୂଆଦିଲ୍ଲୀ,୯।୩- ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ଭାରତ ଗସ୍ତରେ ଥିବାବେଳେ କାହା ସହ ହାତ ମିଳାଇବେ ନାହିଁ। ଏ ନେଇ ଦଳର ମୁଖ୍ୟ କୋଚ୍ ମାର୍କ ବାଉଚର ସୋମବାର ପ୍ରକାଶ କରିଛନ୍ତି। କରୋନା ଭାଇରସର ପ୍ରକୋପ ଯୋଗୁ କ୍ରିକେଟ ଦକ୍ଷିଣ ଆଫ୍ରିକା ଏହି ନିଷ୍ପତ୍ତି ନେଇଛି। ଭାରତରେ ଭାଇରସ ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ୪୩ ଛୁଇଁଛି। ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଆଜି ଦେଶରେ ପହଞ୍ଚିଛି। ଦଳର ଖେଳାଳିମାନେ ସ୍ବାସ୍ଥ୍ୟ ଜନିତ କୌଣସି ସୁରକ୍ଷା ଭଙ୍ଗ କରିବେ ନାହିଁ। ଆମେ କାହା ସହ ହାତ ମିଳାଇବୁ ନାହିଁ। ଏହା ଦ୍ୱାରା ଆମ ଖେଳାଳିମାନେ ସୁରକ୍ଷିତ ରହିବେ ବୋଲି ମୁଖ୍ୟ ଚିନ୍ତା କରୁଛି।