Categories: ବାଣିଜ୍ୟ

କୋଭିଡ-୧୯ ମୁକାବିଲା ଲାଗି ଏମ୍‌ଜିଏମ୍‌ ଦେଲା ୧ କୋଟି

ଭୁବନେଶ୍ୱର ୨୬/୩ (ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋଭିଡ୍‌-୧୯ ମୁକାବିଲା ଏମ୍‌ଜିଏମ୍‌ ମିନେରାଲ୍ସ ଯୋଗଦରାନ ରଖିଛି। କମ୍ପାନୀ ପକ୍ଷରୁ ଏଥି ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୩ ମାସର ଦରମା ପ୍ରଦାନ କରିବାର ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ବିଶିଷ୍ଟ ଶିଳ୍ପପତି ଏବଂ ଅନ୍ୟ ଅଂଶୀଦାରଙ୍କୁ ଏହା ଅନୁପ୍ରାଣିତ କରିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ଭୁବନେଶ୍ୱର ସ୍ଥିତ ଏମ୍‌ଜିଏମ୍‌ ମିନେରାଲ୍‌ସର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି ଏବଂ ପରିଚାଳନା ନିର୍ଦ୍ଦେଶକ ପଦ୍ମ ଲୋଚନ ମହାନ୍ତି ମୁଖ୍ୟମନ୍ତ୍ରଙ୍କ ରିଲିଫ୍‌ ପାଣ୍ଠିକୁ ୧କୋଟି ଟଙ୍କା ପ୍ରଦାନ କରିଛନ୍ତି । ଆର୍‌.ଟି.ଜି.ଏସ୍‌ ମାଧ୍ୟମରେ ଏହି ଅର୍ଥ ପ୍ରଦାନ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

Share