ଗତ ୨୪ ଘଣ୍ଟାରେ ୧୦ ରାଜ୍ୟରେ ଚିହ୍ନଟ ହୋଇ ନାହାଁନ୍ତି କୌଣସି କରୋନା ସଂକ୍ରମିତ

ନୂଆଦିଲ୍ଲୀ,୧୦।୫: ଭାରତରେ କରୋନା ସଂକ୍ରମଣ ନେଇ ସଙ୍କଟ ଦେଖାଦେଇଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ନାହିଁ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ରବିବାର ସୂଚନା ଦେଇଛନ୍ତି। ଏହି ଧାରା ଜାରି ରହିଲେ ଦେଶରୁ କରୋନା ସଂକ୍ରମଣ ଧୀରେଧୀରେ ଦୂରେଇ ଯିବ। ଲୋକେ ସଚେତନ ହୋଇ ସାମାଜିକ ଦୂରତା ବଜାୟ ରଖିବା ସହିତ ଅନ୍ୟ ମାର୍ଗଦର୍ଶିକାକୁ ପାଳନ କଲେ ଅଧିକ ସୁଫଳ ମିଳିବ ବୋଲି ସେ କହିଛନ୍ତି।

Share