Categories: ଜାତୀୟ

ଗୁପ୍ତ ତଥ୍ୟ ପ୍ରଘଟ ଅଭିଯୋଗ: ଇଞ୍ଜିନିୟରଙ୍କ ଜାମିନ ଆବେଦନ ଖାରଜ

ନାଗପୁର,୩୦ା୭(ପି.ଟି.): ବ୍ରହ୍ମୋସ୍‌ ଏରୋସ୍ପେସ୍‌ ଇଞ୍ଜିନିୟର ନିଶାନ୍ତ ଅଗ୍ରଓ୍ବାଲ୍‌ଙ୍କ ଜାମିନ ଆବେଦନକୁ ସ୍ଥାନୀୟ ସେସନ୍ସ ଅଦାଲତ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ନିଶାନ୍ତ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ କିଛି ସମ୍ବେଦନଶୀଳ ସୂଚନା ଦେଇଥିବା ଅଭିଯୋଗ ହୋଇଛି। ଗତ ମାସରେ ନାଗପୁର ଜିଲା ଅଦାଲତରେ ଦାଖଲ କରିଥିବା ଆବେଦନରେ ଅଗ୍ରଓ୍ବାଲ ଦର୍ଶାଇଥିଲେ ଯେ, ସେ କୌଣସି ଗୁପ୍ତ ସୂଚନା ତାଙ୍କ ପାଖରେ ରଖି ନ ଥିଲେ। ତେବେ ତାଙ୍କ ଜାମିନ ଆବେଦନକୁ ଜିଲା ଓ ସେସନ୍ସ କୋର୍ଟ ବିଚାରପତି ଏଫ୍‌.ଏମ୍‌. ଅଲି ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।
ନାଗପୁରସ୍ଥିତ ବ୍ରହ୍ମୋସ ଏରୋସ୍ପେସ୍‌ ସଂସ୍ଥାରେ ଅଗ୍ରଓ୍ବାଲ୍‌ ହେଉଛନ୍ତି ଜଣେ ବରିଷ୍ଠ ସିଷ୍ଟମ ଇଞ୍ଜିନିୟର। ୨୦୧୮ ଅକ୍ଟୋବର ୮ରେ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରର ଆଣ୍ଟି-ଟେରରିଜିମ୍‌ ସ୍କ୍ବାଡ୍‌ (ଏଟିଏସ୍‌)ର ମିଳିତ ଚଢ଼ଉ ଦ୍ୱାରା ଅଗ୍ରଓ୍ବାଲ୍‌ଙ୍କୁ ଗିରଫ କରାଯାଇଥିଲା।

Share