Categories: ଜାତୀୟ

ଘରକୁ ଫେରିଲେ ଟିଆର୍‌ଏସ୍‌ କର୍ମୀଙ୍କ ମାଡରେ ଆହତ ହୋଇଥିବା ବନ ଅଧିକାରୀ ଅନିଥା

ହାଇଦ୍ରାବାଦ,୨।୭: ତେଲେଙ୍ଗାନାର କୋମରାମ ଭିମ ଆସିଫାବାଦରେ ଗତ ଜୁନ୍‌ ୨୯ରେ ଟିଆର୍‌ଏସ୍‌ କର୍ମୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇ ଗୁରୁତର ଭାବେ ହାଇଦ୍ରାବାଦର କିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବନ ଅଧିକାରୀ ସି ଅନିଥା ଘରକୁ ଫେରିଛନ୍ତି। ସୂଚନାଯୋଗ୍ୟ, ଜୁନ୍‌ ୨୯ରେ କେତେଜଣ ବନ ଅଧିକାରୀ ଓ ପୋଲିସ କର୍ମୀ ବୃକ୍ଷରୋପଣ ପାଇଁ କାଗଜନଗର ବ୍ଲକରେ ପହଞ୍ଚିଥିଲେ। ହେଲେ ସେଠାରେ ତାଙ୍କୁ ଟିଆର୍‌ଏସ୍‌ କର୍ମୀମାନେ ବିରୋଧ କରିବା ସହ ମାଡପିଟ ମଧ୍ୟ କରିଥିଲେ। ଏମିତିକି ପରିସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା କରିଥିବା ମହିଳା ବନ ଅଧିକାରୀଙ୍କୁ ଅତି ଅମାନବୀୟ ଭାବରେ ଟିଆର୍‌ଏସ୍‌ କର୍ମୀମାନେ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ। ଏହି ମାମଲାରେ ଟିଆର୍‌ଏସ୍‌ ବିଧାୟକଙ୍କ ଭାଇଙ୍କୁ ଗିରଫ କରାଯାଇଛି।

Share