Categories: ଫୁରସତ

ଘରଭଡ଼ାରୁ ମୁକ୍ତି ପାଇଁ ଯୁବତୀ ନେଲେ ଏମିତି ପଦକ୍ଷେପ

ଏଡିନ୍‌ବର୍ଗ: ଘରଭଡ଼ା ଦେଇ ଜଣେ ୨୫ ବର୍ଷୀୟା ଯୁବତୀ ଏତେ ବିରକ୍ତି ହୋଇଯାଇଥିଲେ ଯେ, ଶେଷରେ ୩୫ ବର୍ଷର ଏକ ପୁରୁଣା ଭ୍ୟାନ କିଣି ନିଜର ଘର କରିଦେଇଛନ୍ତି। ସ୍କଟ୍‌ଲାଣ୍ଡ୍‌ର ପେସ୍ଲେ ସହରରେ ରହୁଥିବା କ୍ୟାଟ୍‌ଲିନ୍‌ ମନେ ୩ ହଜାର ପାଉଣ୍ଡ ଦେଇ ଏକ ଭ୍ୟାନ୍‌ କିଣି ଏହାକୁ ମରାମତି କରିଛନ୍ତି। କ୍ୟାଟ୍‌ଲିନ୍‌ କୁହନ୍ତି, ଅନ୍ତତଃପକ୍ଷେ ଘରଭଡ଼ା ଦେବାରୁ ସେ ମୁକ୍ତି ପାଇଗଲେ। ଏମିତିରେ ବି ସେ ଦିନର ଅଧିକାଂଶ ସମୟ କଲେଜ ଏବଂ ବାହାରେ ରହିଥାନ୍ତି। ତେଣୁ ତାଙ୍କର ଘରଭଡ଼ା ବେକାର ଯାଉଥିଲା। ଫଳରେ ଭ୍ୟାନ୍‌ଟିଏ କିଣିବାରୁ ୨୫୦ ପାଉଣ୍ଡ୍‌ ଅର୍ଥାତ ଭାରତୀୟ ମୁଦ୍ରାରେ ୨୩, ୪୦୩ ଟଙ୍କା ତାଙ୍କର ବଞ୍ଚିଗଲା। ଏତଦ୍‌ବ୍ୟତୀତ ସେ ଯେଉଁ ଦୂର ସ୍ଥାନକୁ ଯାଉଥିଲେ ରାତିରେ ପୁଣି ଘରକୁ ଫେରିବାକୁ ପଡୁଥିଲା। ତେଣୁ ଭ୍ୟାନ୍‌ଟିଏ କିଣିଥିବାରୁ ଯେଉଁଠିକି ଗଲେ ବି ଚିନ୍ତା ନାହିଁ। ଆରାମରେ ସେ ଏଥିରେ ଯିବା ଆସିବା କରିବା ସହ ରହିଯାଉଛନ୍ତି। ତାଙ୍କ କୁକୁର ମଧ୍ୟ ଏହି ଭ୍ୟାନ୍‌ରେ ରହୁଛି। ଭ୍ୟାନ୍‌ରେ ସେ କିଚେନ୍‌ ଫିଟ୍‌ କରିବା ପାଇଁ ଚିନ୍ତା କରିଛନ୍ତି। ସେ କୁହନ୍ତି, ଚଳିତବର୍ଷ ଏହି ଭ୍ୟାନ୍‌ରେ ସେ ସମଗ୍ର ସ୍କଟ୍‌ଲାଣ୍ଡ୍‌ ବୁଲିବେ। ପରେ ଇଂଲଣ୍ଡ ଏବଂ ୟୁରୋପ ବୁଲିବାକୁ ଯିବେ। ଯଦିଓ ତାଙ୍କ ପରିବାର ଏଥିପାଇଁ ରାଜି ନୁହନ୍ତି, ମାତ୍ର ତାଙ୍କ ବୟଫ୍ରେଣ୍ଡ ରେୟାନଙ୍କ ପାଇଁ କୌଣସି ସମସ୍ୟା ନାହିଁ। ସେ ମଧ୍ୟ ବିଭିନ୍ନ ସ୍ଥାନ ବୁଲିବାକୁ ଖୁବ୍‌ ଭଲ ପାଆନ୍ତି।

Share