ସରଣ୍ଡା,୧୦।୬(ଡି.ଏନ୍.ଏ.): ସ୍ପଞ୍ଜ ଆଇରନ୍ ନେଇ ଟ୍ରକ(ଡବ୍ଲ୍ୟୁବି୩୩ବି ୯୦୩୮) ସୋମବାର ପୂର୍ବାହ୍ନରେ ସମ୍ବଲପୁରରୁ ବରଗଡ଼ ଅଭିମୁଖେ ଯାଉଥିଲା। ବରଗଡ-ସମ୍ବଲପୁର ସୀମାନ୍ତ ଗୋଡ଼ଭଗା ସାରସ୍ବତ ମହାବିଦ୍ୟାଳୟ ସମ୍ମୁଖ ୫୩ ନମ୍ବର ଜାତୀୟ ରାଜପଥରେ ପଛ ଚକା ଫାଟିଯିବାରୁ ଟ୍ରକରେ ନିଆଁ ଲାଗିଯାଇଥିଲା। ଏହା ଦେଖି ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇ ଅଗ୍ନ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅତାବିରା ଅଗ୍ନିଶମ ବିଭାଗର ରବିନାରାୟଣ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିି ନିଆଁକୁ ଆୟତ୍ତ କରିଛନ୍ତି। ଫଳରେ ଗୋଡ଼ଭଗାବାସୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏଥିରେ ଡ୍ରାଇଭର ଓ ହେଲ୍ପର ସୁରକ୍ଷିତ ଥିବା ଜଣାପଡ଼ିଛି।