ଚିକିତ୍ସା ଆଳରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ: ଖୋର୍ଦ୍ଧାର ପୂର୍ବତନ ସିଡିଏମ୍‌ଓ ଗିରଫ

ଖୋର୍ଦ୍ଧା ଅଫିସ,୧୭।୬- ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଖୋର୍ଦ୍ଧା ଟାଉନ ପୋଲିସ ବୁଧବାର ଏକ ଘରୋଇ କ୍ଲିନିକ ଡାକ୍ତର ବୈଦ୍ୟନାଥ ନାୟକଙ୍କୁ ଗିରଫ କରିଛି। ସେ ଖୋର୍ଦ୍ଧାର ପୂର୍ବତନ ସିଡିଏମ୍‌ଓ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସାମନ୍ତରାପୁର ଜଣେ ଗର୍ଭବତୀ ମହିଳା ଗର୍ଭ ଯନ୍ତ୍ରଣା ଜନିତ ଚିକିତ୍ସା ଲାଗି ବିଡିଏ କଲୋନୀ ସ୍ଥିତ ସ୍ତ୍ରୀ ଓ ପସୂତି ଡାକ୍ତର ବୈଦ୍ୟନାଥଙ୍କ ଘରୋଇ କ୍ଲିନିକକୁ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା ଆଳରେ ଅସଦାଚରଣ କରିଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରିବା ସହ ସମ୍ପୃକ୍ତ ଡାକ୍ତରଙ୍କୁ ଗିରଫ କରିଛି ।

Share