ଜଙ୍ଗଲ ଛାଡି ସହରରେ ବୁଲୁଛି ଭାଲୁ

ନବରଙ୍ଗପୁର,୨୭।୭(ବି.ପ୍ର.)-ସନ୍ଧ୍ୟାହେଲେ ଜମାଲ କଲୋନୀରେ ଦାଣ୍ଡ କବାଟ ଓ ଘରର ମୁଖ୍ୟ ଫାଟକ ବନ୍ଦ ରହୁଛି। ଜନସାଧାରଣ ଭୟଭୀତ ହୋଇ ରହୁଛନ୍ତି। ଜଙ୍ଗଲ ଛାଡି ଏବେ ଦୁଇଟି ଭାଲୁ କଲୋନୀ ଅଞ୍ଚଳରେ ଘୁରି ବୁଲୁଛନ୍ତି। ରାତି ହେଲେ ବନବିଭା କର୍ମଚାରୀ ପଇଁତରା ମାରୁଛନ୍ତି। ତେବେ ମଧ୍ୟ ଭାଲୁ କାବୁ ହୋଇ ପାରୁନାହିଁ ା
ନବରଙ୍ଗପୁର ସହରସ୍ଥିତ ଜମାଲ କଲୋନୀ ଅଞ୍ଚଳରେ ମାସେ ହେବ ଭାଲୁ ଆତଙ୍କ ଲାଗି ରହିଛି। ପୂର୍ବରୁ ଗୋଟିଏ ଭାଲୁ ସନ୍ଧ୍ୟା ହେଲେ ଦେଖା ଯାଉଥିଲା। ଏବେ ୧୫ ଦିନ ହେବ ଦୁଇଟି ଭାଲୁ ଜମାଲ କଲୋନୀ ଅଞ୍ଚଳରେ ଘୁରି ବୁଲୁଛନ୍ତି। ଏ ନେଇ ବନ ବିଭାଗ ନିକଟରେ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିବା ପରେ ୪ଟି ଯନ୍ତା ଆଣି ବିଭିନ୍ନ ସ୍ଥାନରେ ରଖାଯାଇଛି। ଭାଲୁ ଯନ୍ତାରେ ପଡିବା ଦୁରେ ଥାଉ ଉକ୍ତ ସ୍ଥାନ ଛାଡି ରାସ୍ତା ଓ ପଡିଆରେ ବୁଲୁଛନ୍ତି। ଭାଲୁ ଆକ୍ରମଣରେ ଅନେକଙ୍କ ଜୀବନ ଯାଇଛି। ଅନେକ ଆହତ ହୋଇଛନ୍ତି। ଜଙ୍ଗଲ କ୍ଷୟ ଓ ଖାଦ୍ୟ ଅନ୍ବେଷଣରେ ଭାଲୁ ଏବେ ଜନପଥ ମୁହା ହେଉଛନ୍ତି। ଭାଲୁ କାଳେ ଲୋକଙ୍କୁ ଆକ୍ରମର କରିଦେବ ଏହା ଭାବି ଭାଲୁକୁ ବିଷ ଦେଇ ମରାଯାଉଥିବା ନଜିର ମଧ୍ୟ ରହିଛି।

Share