ଜମନକିରାରେ ସ୍ବଚ୍ଛ ଭାରତ ଅଭିଯାନ: ଝାଡ଼ୁ ଧରିଲେ ପୂର୍ବତନ ବିଧାୟକ ରବିନାରାୟଣ

ଜମନକିରା,୨୧।୯(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ସଦର ମହକୁମାରେ ଶନିବାର ବ୍ଲକ୍‌ ଭାଜପା ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ ନେଇ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜମନକିରା ବ୍ଲକ୍‌ ମଣ୍ଡଳସ୍ତରୀୟ ସଭାପତି ବୀରେନ୍ଦ୍ର ଚୌଧରୀଙ୍କ ନେତୃତ୍ୱରେ ଭାଜପା ପକ୍ଷରୁ ସ୍ଥାନୀୟ ପରିସ୍ରାଗାର, ମୁଖ୍ୟଛକ, ରାସ୍ତାଘାଟ ଆଦି ସଫେଇ କାର୍ଯ୍ୟ କରାଯାଇଥିଲା। ଏଥିରେ କୁଚିଣ୍ଡା ପୂର୍ବତନ ବିଧାୟକ ରବିନାରାୟଣ ନାଏକ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝି, ଉଦ୍ଧବ ବେହେରା, ତ୍ରିଲୋକ ପ୍ରଧାନ, ସମିତିସଭ୍ୟ ସରୋଜ ସେଠ, ସଞ୍ଜୀବ ନାଏକ, ଅଜୟ ସାହୁ, ବିକ୍ରମ ସାହୁ, ସତୁଲ୍ୟ ପଟେଲ, ନରୋତ୍ତମ ବାଘ, ହେମନ୍ତ ଦ୍ୱିବେଦୀ, ଟିଟୁ କାଲୋ, ଧୀରେନ ଗର୍ଡ଼ିଆ ପ୍ରମୁଖଙ୍କ ସମେତ ବହୁ ଭାଜପା କର୍ମୀ ସାମିଲ ହୋଇଥିଲେ।

Share