ଜିଲା ପରିଷଦ ଅଧ୍ୟକ୍ଷଙ୍କ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ଦାବି କରି କଂଗ୍ରେସର ରାସ୍ତାରୋକୋ

ଗୁଣପୁର,୧୩।୧(ଡି.ଏନ୍‌ .ଏ.) : ରାୟଗଡ଼ା ଜିଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ଗତ ୨୪ ତାରିଖରେ ରାମନାଗୁଡ଼ା ବ୍ଲକର ତାଣ୍ଡିକଣା ଛକଠାରୁ କିଛି ଦୂରରେ ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏହି ଘଟଣାର ତଦନ୍ତ କରି ପ୍ରକୃତ ରହସ୍ୟ ଉନ୍ମୋଚନ କରିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରି କଂଗ୍ରେସ ପକ୍ଷରୁ ସୋମବାର ବାଙ୍ଗିଠାରେ ରାସ୍ତାରୋକୋ କରାଯାଇଛି l ଏ ନେଇ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିବା ସହ ଯାତାୟାତରେ ବାଧା ସୃଷ୍ଟି ହୋଇଛି l ଗୁଣପୁରଠାରୁ ରାୟଗଡ଼ା ଏବଂ ବ୍ରହ୍ମପୁରଠାରୁ ରାୟଗଡ଼ା ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଜିଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗଙ୍କ ସମେତ ବହୁ ନେତା ଏବଂ କର୍ମୀ ଉପସ୍ଥିତ ଥିଲେ l

Share