ଜୈଶ୍‌ ଓ ଲଶ୍କର ଶିବିର ଉପରେ ଆମେରିକା ଡ୍ରୋନ୍‌ର ନଜର

ଓ୍ବାଶିଂଟନ,୧୪।୭: ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନରେ ଥିବା ଜୈଶ୍‌-ଇ-ମହମ୍ମଦ୍‌ ତଥା ଲଶ୍କର-ଇ-ତୋଏବା ଆଦି ଆତଙ୍କବାଦୀ ସଂଗଠନ ସେମାନଙ୍କର ଶିବିରକୁ ସ୍ଥାନାନ୍ତର କରିଥିଲେ। ଏସବୁ ଶିବିର ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ସ୍ଥାପନ କରାଯାଇଥିଲା। ତେବେ ଏସବୁ ଶିବିର ଏବେ ଆମେରିକା ଡ୍ରୋନ୍‌ ନଜରରେ ରହିଛି। ଏହି ଶିବିରଗୁଡ଼ିକ ଉପରେ ଆମେରିକା ଡ୍ରୋନ୍‌ ଆକ୍ରମଣ କରିବା ସମ୍ଭାବନା ରହିଛି। ଅଧିକାଂଶ ସମୟରେ ଆମେରିକା ଏଭଳି ଆକ୍ରମଣ କରିଥାଏ। ଆମେରିକାର ଯୋଜନା ନେଇ ପାକିସ୍ତାନ-ଆଫଗାନିସ୍ତାନ ସୀମାର ୮କିଲୋମିଟର ମଧ୍ୟରେ ଥିବା ଜୈଶ୍‌-ଇ-ମହମ୍ମଦ୍‌ ତଥା ଲଶ୍କର-ଇ-ତୋଏବ ଶିବିରରେ ଆତଙ୍କ ସୃଷ୍ଟି ହୋଇଥିବା କୁହାଯାଉଛି।

Share