Categories: ଜାତୀୟ

ଟ୍ରକ ମାଲିକଙ୍କଠାରୁ ଆଦାୟ ହେଲା ୧ ଲକ୍ଷ ୪୦ ହଜାର ଟଙ୍କାର ଜରିମାନା

ନୂଆଦିଲ୍ଲୀ,୧୧।୯:ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଦେଶବ୍ୟାପୀ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରାଯାଉଛି। ଦେଶର ବିଭିନ୍ନ ସ୍ଥାନରେ ଚେକିଂ କରାଯାଇ ବେଆଇନ ଗାଡ଼ି ଚାଳକମାନଙ୍କୁ ମୋଟା ଅଙ୍କର ଜରିମାନା ଲଗାଯାଉଛି। ଦିଲ୍ଲୀର ରୋହିଣୀ କୋର୍ଟ ନିକଟରେ ମଙ୍ଗଳବାର ଏକ ଟ୍ରକଠାରୁ ୧ ଲକ୍ଷ ୪୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏପର୍ଯ୍ୟନ୍ତ ସାରା ଦେଶରେ ଆଦାୟ କରାଯାଇଥିବା ଜରିମାନା ରାଶି ମଧ୍ୟ ଏହା ସର୍ବାଧିକ ବୋଲି କୁହାଯାଉଛି। ସେହିପରି ରାଜସ୍ଥାନରେ ବିକାନେରରେ ମଧ୍ୟ ଓଭରଲୋଡିଂ ଯୋଗୁ ଏକ ଟ୍ରକ୍‌ଠାରୁ ୭୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା।

Share