Categories: ଜାତୀୟ

ତାମିଲନାଡୁ ସ୍କୁଲରେ ହିନ୍ଦୀ ଭାଷା ପ୍ରଚଳନକୁ ବିରୋଧ କଲେ କମଲ

ଚେନ୍ନାଇ,୧।୬: ତାମିଲନାଡୁ ସ୍କୁଲରେ ୩ଟି ଭାଷା ପ୍ରଚଳନକୁ ନେଇ କେନ୍ଦ୍ର ଦେଇଥିବା ପ୍ରସ୍ତାବକୁ ବିରୋଧ କରାଯାଇଛି। ଏହି ପ୍ରସ୍ତାବ ଉପରେ ଡିଏମ୍‌କେ ଓ ମକ୍କଲ ନିଧି ମୟମ ବିରୋଧ ପ୍ରକାଶ କରିଛି। ଡିଏମ୍‌କେର ରାଜ୍ୟ ସଭା ସଦସ୍ୟ ତିରୁଚି ଶିବା ଓ ମକ୍କଲ ନିଧି ମୟମର ନେତା କମଲ ହାସନ ଏହା ଉପରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଶିବା କହିଛନ୍ତି ତାମିଲନାଡୁ ସ୍କୁଲରେ ହିନ୍ଦୀ ଭାଷା ପ୍ରଚଳନ ପ୍ରସ୍ତାବ ଦେବା ନିଆଁ ସହ ଖେଳିବା ସମାନ। ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପଟେ କମଲ କହିଛନ୍ତି ସେ ବହୁ ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତି ସତ ହେଲେ ଏହି ଭାଷାକୁ ଜୋର ଜବରଦସ୍ତ କାହା ଉପରେ ଲଦି ଦେବା ଅନୁଚିତ୍‌।

Share