ଦୁଇ ଓଡ଼ିଆ ସାହିତି୍ୟକ ପାଇବେ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ ପୁରସ୍କାର

ଭୁବନେଶ୍ୱର, ୧୪ା୪(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ହିନ୍ଦୀ ପ୍ରଶିକ୍ଷଣ ସଂସ୍ଥା କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ ପକ୍ଷରୁ ୨୦୧୭ ମସିହା ଲାଗି ୨୬ଜଣ ହିନ୍ଦୀ ସାହିତି୍ୟକଙ୍କୁ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। ହିନ୍ଦୀ ସାହିତ୍ୟକୁ ଅବଦାନ ଲାଗି ଏହି ସାହିତି୍ୟକମାନଙ୍କୁ ସମ୍ମାନିତ କରାଯିବ। ଏହି ଅବସରରେ ଓଡ଼ିଶାରୁ ଡ. ବିଜୟ କୁମାର ମହାନ୍ତିଙ୍କୁ ‘ଗଙ୍ଗାଶରଣ ସିଂହ ପୁରସ୍କାର’ ଏବଂ ପ୍ରଫେସର ଡ. ବିନୟ ଷଡ଼ଙ୍ଗୀ ରାଜାରାମଙ୍କୁ ‘ମହାପଣ୍ଡିତ ରାହୁଳ ସଂସ୍କୃତାୟନ ପୁରସ୍କାର’ ପ୍ରଦାନ କରାଯିବ। ପୁରସ୍କାରସ୍ବରୂପ ରାଷ୍ଟ୍ରପତି ପ୍ରତିଭାମାନଙ୍କୁ ୫ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଏବଂ ଉପଢ଼ୌକନ ପ୍ରଦାନ କରିବେ। ଓଡ଼ିଆ ଭାଷା ସହ ହିନ୍ଦୀ, ସଂସ୍କୃତ, ଗ୍ରୀକ୍‌, ଇଂଲିଶ, ବଙ୍ଗଳା ଓ ମାଳବୀ ଭାଷା ଉପରେ ଗଭୀର ଜ୍ଞାନ ରଖିଥିବା ଷଡ଼ଙ୍ଗୀ ହିନ୍ଦୀ ଓ ଗ୍ରୀକ୍‌ ଭାଷାର ପ୍ରଥମ ଅନୁବାଦିକ। ସେହିଭଳି ବାଲେଶ୍ୱର ଜିଲାର ଡ. ମହାନ୍ତି ଜଣେ ଅବସରପ୍ରାପ୍ତ ଅଧ୍ୟାପକ। ଅଧ୍ୟାପନା ଓ ଗବେଷଣା କାର୍ଯ୍ୟ ସାଙ୍ଗକୁ ଓଡ଼ିଆ ଓ ହିନ୍ଦୀ ସାହିତ୍ୟର ଜଣେ ପ୍ରତିଷ୍ଠିତ ସାହିତି୍ୟକ। ଏହି ସଫଳତା ପରେ ଉଭୟ ସାହିତି୍ୟକଙ୍କୁ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ ଶୁଭେଚ୍ଛା ଦିଆଯାଇଛି।

Share