ଦେଶରେ ୬୨ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୦।୫: ଦେଶରେ ରବିବାର ସକାଳ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨ ହଜାର ଅତିକ୍ରମ କରିଛି। ମହାରାଷ୍ଟ୍ରର ସ୍ଥିତି ଏବେବି ଉଦ୍‌ବେଗଜନକ ଥିବା କହିଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଛି ୬୨,୯୩୯ ଏମାନଙ୍କ ମଧ୍ୟରୁ ୧୯,୩୫୮ ଜଣ ସୁସ୍ଥ ହୋଇଥିବା ବେଳେ ୪୧,୪୭୨ଜଣଙ୍କ ଚିକିତ୍ସା ଚାଲିଛି। ଏବେସୁଦ୍ଧା ମୃତକଙ୍କ ସଂଖ୍ୟା ରହିଛି ୨,୧୦୯। ତେବେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ୨୦,୨୨୮ ଥିବା ବେଳେ ଏହା ପଛକୁ ରହିଛି ଗୁଜରାଟ। ଗୁଜରାଟରେ ୭,୭୯୬ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ୬,୫୪୨ ଓ ତାମିଲନାଡୁରେ ୬,୫୩୫ଜଣ କରୋନା ମହାମାରୀର ଶିକାର ହୋଇଥିବା ସୂଚନା ରହିଛି।

Share