ପାଇକମାଳ, ୨୬।୪ (ଡି.ଏନ.ଏ.): ଅକ୍ଷୟ ତୃତୀୟାଠାରୁ ନୃସିଂହନାଥରେ ପଖାଳ ଭୋଗ ଲାଗି ହେଲା । କରୋନା ଯୋଗୁ ସାରା ଦେଶ ଲକ୍ଡାଉନରେ ଥିବାରୁ ଭକ୍ତମାନେ ଆସୁନାହାନ୍ତି। ପ୍ରତି ବର୍ଷ ପରି ଚଳିତବର୍ଷ ମଧ୍ୟ ଅପରାହ୍ନ ୪ଟାରେ ଶ୍ରୀ ଶ୍ରୀ ନୃସିଂହନାଥ ଭଗବାନଙ୍କୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ପଖାଳ ଭୋଗ ଲାଗି ହୋଇଥିଲା। ପ୍ରଶାସନ ତରଫରୁ ଭକ୍ତମାନଙ୍କୁ ନୃସିଂହନାଥକୁ ଆସିବା ମନା ହୋଇଥିବାରୁ ପଖାଳ ଭୋଗ ପାଇଁ ଭକ୍ତମାନେ ଆସିନାହାନ୍ତି। ଏହି ପଖାଳ ଭୋଗ ଆଜିଠାରୁ ଦଶମୀ ତିଥି ପର୍ଯ୍ୟନ୍ତ ଲାଗି ହେବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ କହିଛନ୍ତି ।