Categories: ଜାତୀୟ

ନ୍ୟାୟ ପାଇଁ ରାଷ୍ଟ୍ରପତିଙ୍କୁ ରକ୍ତରେ ଚିଠି ଲେଖିଲେ ୨ ଯୁବତୀ

ଚଣ୍ଡିଗଡ଼,୬।୭: ନ୍ୟାୟ ପାଇଁ ପଞ୍ଜାବର ୨ ଜଣ ଯୁବତୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ରକ୍ତରେ ଚିଠି ଲେଖିଛନ୍ତି। ସ୍ଥାନୀୟ ମୋଗା ସହରରେ ବାସ କରୁଥିବା ଏହି ଯୁବତୀମାନେ ନ୍ୟାୟ ନ ମିଳିଲେ ତାଙ୍କ ପରିବାର ସଦସ୍ୟଙ୍କୁ ଇଛାମୃତ୍ୟୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଅନୁରୋଧ କରିଛନ୍ତି। ସେମାନଙ୍କୁ ମିଥ୍ୟା ଠକେଇ ମାମଲାରେ କେତେକ ଲୋକ ଜାଣିଶୁଣି ଫସାଇ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ ଥାନା ଅଧିକାରୀ କୁଲଜିନ୍ଦର୍‌ ସିଂ କହିଛନ୍ତି ଯେ, ସେମାନଙ୍କ ବିରୋଧରେ ଅପରାଧୀକ ମାମଲା ଦାଏର କରାଯାଇଛି। ଏହାର ତଦନ୍ତ ଜାରି ରହିଛି।

Share