Categories: ଜାତୀୟ

ପରିହାସରେ ପରିଣତ ହେଲା ଭାଜପା କାର୍ଯ୍ୟାଳୟକୁ ବୋମାରେ ଉଡାଇ ଦେବା ଖବର

ନୂଆଦିଲ୍ଲୀ,୨୨।୬: ଦିଲ୍ଲୀର ଦିନ ଦୟାଲ ଉପାଧ୍ୟାୟ ମାର୍ଗରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା)କାର୍ଯ୍ୟାଳୟରେ ବୋମା ଥିବାର ଖବର ଶନିବାର ସକାଳେ ଜଣେ ବ୍ୟକ୍ତି ଫୋନ୍‌ କରି ଜଣାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସେଠାରେ କୌଣସି ବୋମାର ସନ୍ଧାନ ମିଳି ନ ଥିଲା। ଏହାପରେ ପୋଲିସ ଘଟଣାର ତଦନ୍ତ କରି ଜାଣିବାକୁ ପାଇଥିଲା କି ଫୋନ୍‌ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କର୍ନାଟକ ମୟିଶୂରର। ସେ ମାନସିକ ବିକାର ଗ୍ରସ୍ତ। ତେଣୁ ଉକ୍ତ ଫୋନ୍‌ କଲ୍ଟି ପରିହାସର ପରିଣତ ହୋଇଥିବା କହିଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ।

Share