ଶ୍ରୀନଗର,୧୨।୧୨: ପାକିସ୍ତାନ ଲଗାତାର ଦ୍ୱିତୀୟ ଦିନ ପାଇଁ ଗୁରୁବାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ନିୟନ୍ତ୍ରଣ ରେଖାଠାରେ ଥିବା ପୁଞ୍ଚ ଜିଲାର ଶାହପୁର, କିରନି ଏବଂ କସବା ସେକ୍ଟରରେ ପୂର୍ବାହ୍ନ ୧୧ଟା ୩୦ରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ କରାଯାଇଥିଲା। ଏହାର ଜବାବରେ ଭାରତୀୟ ପୋଷ୍ଟଗୁଡ଼ିକରୁ ପାଲଟା ଗୁଳିଗୋଳା ମାଡ଼ କରାଯାଇଛି। ସୂଚନାଯୋଗ୍ୟ ବୁଧବାର ପୁଞ୍ଚ୍ ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା।