ସାରା ବିଶ୍ୱ ଏବେ କରୋନା ଭୂତାଣୁ ସହ ଲଢେଇ କରୁଛି। ଏହି ସମୟରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ବିଭିନ୍ନ ସହାୟତା ପାଇଁ ଆଗେଇ ଆସୁଛନ୍ତି। ଏଥିରେ ସାମିଲ ହୋଇଛନ୍ତି ବଲିଉଡ୍ ସୁପର୍ଷ୍ଟାର୍ ଅମିତାଭ ବଚ୍ଚନ। ପ୍ରତିଦିନ ଲୋକଙ୍କୁ ୪,୫୦୦ଟି ଖାଦ୍ୟ ପ୍ୟାକେଟ୍ ବାଣ୍ଟିବା ସହ ୧୦ ପରିବାରକୁ ରାଶନ ଯୋଗାଇଦେଉଛନ୍ତି। ଏହାଛଡା ମେ ୯ରୁ ପ୍ରତିଦିନ ୨ ହଜାର ଶୁଖିଲା ଖାଦ୍ୟ ପ୍ୟାକେଟ୍, ୨ ହଜାର ପାଣି ବୋତଲ ଏବଂ ୧୨ ଶହ ହଳ ଚପଲ ମଧ୍ୟ ଲୋକଙ୍କୁ ବାଣ୍ଟିଛନ୍ତି ଅମିତାଭ। ମୁମ୍ବାଇରେ ଫସିଥିବା ଉତ୍ତରପ୍ରଦେଶର କିଛି ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଇବାର ସେ ବନ୍ଦୋବସ୍ତ ମଧ୍ୟ କରିଛନ୍ତି। ତାସହ କୋଭିଡ୍-୧୯ ବିଷୟରେ ସଚେତନତା ସୃଷ୍ଟି ପାଇଁ କିଛି ସରକାରୀ ପ୍ରୋଜେକ୍ଟରେ କାମ କରୁଛନ୍ତି ଏହି ମେଗାଷ୍ଟାର। ସୋସିଆଲ ମିଡିଆରେ ଲଗାତର ମାସ୍କ ଏବଂ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଅମିତାଭ ଲୋକଙ୍କୁ ଅପିଲ କରୁଛନ୍ତି।