Categories: ଜାତୀୟ

ପ୍ରେମିକଙ୍କୁ ଖାଦ୍ୟରେ ରକ୍ତ ମିଶାଇ ଖାଇବାକୁ ଦେଉଥିଲେ ପ୍ରେମିକା: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ, ୩୦।୬: ଅନ୍ଧବିଶ୍ବାସକୁ ଯଦି ଆସ୍ଥା ମିଳିଯାଏ, ତେବେ ଅନେକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସେ। ଏପରି ଏକ ଘଟଣା ଘଟିଛି ଦିଲ୍ଲୀର ନରେଲା ଇଣ୍ଡଷ୍ଟ୍ରିଆଲ୍‌ ଅଞ୍ଚଳରେ। ଏଠାରେ ଲିଭ୍‌-ଇନ୍‌-ରିଲେଶନ୍‌ଶିପ୍‌ରେ ରହୁଥିବା ଜଣେ ଯୁବତୀ ନିଜ ପ୍ରେମିକଙ୍କୁ ବଶୀଭୂତ କରି ରଖିବା ପାଇଁ ତାଙ୍କୁ ଖାଦ୍ୟରେ ରକ୍ତ ମିଶାଇ ଦେଉଥିବାର ଅଭିଯୋଗ ହୋଇଛି। ନିଜ ପ୍ରେମିକଙ୍କ ବଶୀଭୂତ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଥିଲେ ଯୁବତୀ। ଏଥିରେ ଅତିଷ୍ଠ ହୋଇ ସମ୍ପୃକ୍ତ ଯୁବକ ଜଣଙ୍କ ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଯୁବତୀ ଜଣଙ୍କ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ପୋଲିସ ଏହି ଘଟଣାରେ ଯୁବକଙ୍କୁ ଗିରଫ କରିଛି। ଉଭୟଙ୍କ ଘର ବିହାରରେ ବୋଲି ପୋଲିସ ସୂଚନା ଦେଇଛି।

Share